Latest Odisha News

ତପସ୍ୱିନୀ ସୁମିତ ପାରିବାରିକ ବିବାଦ ମାମଲା , ପରିବାର ଅଦାଲତରେ ମେ ୧୨ରେ ହାଜର ହେବେ ଦମ୍ପତି

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ପାରିବାରିକ ବିବାଦ ମାମଲା ।ଏହି ବିବାଦର ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟୁନାହିଁ । ମେ ୧୨ ତାରିଖରେ ପୁଣି ପରିବାର ଅଦାଲତରେ ହାଜର ହେବେ ତପସ୍ୱିନୀ ସୁମିତ୍ । କୋର୍ଟର ନିର୍ଦ୍ଦେଶକ କ୍ରମେ ସୁମିତ୍ ତପସ୍ୱିନୀଙ୍କୁ ଭରଣ ପୋଷଣ ବାବଦରେ ୧୦ ହଜାର ଟଙ୍କା ଦେଉଛନ୍ତି ।

ଜିଲ୍ଲା କୋର୍ଟର ନିର୍ଦ୍ଦେଶ ଅନୁସାରେ ପ୍ରଥମେ ସୁମିତ୍ ୧୭ ହଜାର ଟଙ୍କା ତପସ୍ୱିନୀଙ୍କୁ ଦେଉଥିଲେ । ହେଲେ ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୦ ହଜାର ଟଙ୍କା ଲେଖାଏଁ ଦେଉଛନ୍ତି । ଦୁଇ ଦିନ ପୂର୍ବରୁ ସୁମିତ୍ ସ୍ଥାନୀୟ ପରିବାର ଅଦାଲତରେ ହାଜର ହୋଇଥିବା ବେଳେ ତପସ୍ୱିନୀ ଆସିପାରିନଥିଲେ ।

ବାରମ୍ବାର ତପସ୍ୱିନୀ କୋର୍ଟଙ୍କ ଆଦେଶକୁ ଅବମାନନା କରୁଥିବା ନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଛନ୍ତି । ଅନ୍ୟପଟେ ଆସନ୍ତା ମାସ ୧୨ ତାରିଖରେ ତପସ୍ୱିନୀ ଓ ସୁମିତ୍ ପରିବାର ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.