ଫିରୋଜାବାଦ: ଆଗ୍ରାରେ ଦୁଇ ଭଉଣୀଙ୍କ ସାମାନ୍ୟ ଭୁଲ ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ସ୍ୱର୍ଣ୍ଣ ଆଭୂଷଣ ହାତରୁ ଏକପ୍ରକାର ଯାଇଥିଲା । ତେବେ ସେମାନଙ୍କ ଦୃଢ଼ ବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁ ଶେଷରେ ଏହାକୁ ଫେରି ପାଇଥିଲେ । ଘଟଣାଟି ଏହିପରି ଫିରୋଜାବାଦର ଏକ ଭଡା ଘରେ ରୁଚି ଓ ଅନୁଷ୍କା ଯାଦବ ରୁହନ୍ତି । ସେମାନେ ଏଠାରେ ରହି ପାଠ ପଢ଼ୁଛନ୍ତି । ରୁଚି ଘରୁ ଯିବା ବେଳେ କାନଫୁଲ, ଚେନକୁ ଗୋଟିଏ କାଗଜ ପୁଡିଆରେ ଗୁଡେଇ ତକିଆ ତଳେ ରଖି ଦେଇଥିଲେ । ଅନୁଷ୍କା ଘର ସଫା କରିବା ବେଳେ ଏହି ପୁଡିଆଟି ତଳେ ପଡି ଯାଇଥିଲା । ସେ ଏହା ଜାଣି ନ ପାରି ଘରର ଅନ୍ୟ ମଇଳା ସହ ଏହାକୁ ପଲିଥିନରେ ବାନ୍ଧି କଚରା ଗାଡିରେ ପକାଇ ଦେଇଥିଲେ ।
ରୁଚି ଆସିବା ପରେ ଘଟଣା ଜଣା ପଡିଥିଲା । ଦୁଇ ଭଉଣର ବହୁ କଷ୍ଟରେ କଚରା ଗାଡିର ଠିକଣା ପାଇ ଯାଇଥିଲେ । ସେଠାରେ ୫୦ ଟନ କଚରାରୁ ୬ ଘଂଟା ପରିଶ୍ରମ କରି ଘାଟିବା ପରେ ଶେଷର ସେମାନେ ତାଙ୍କ ଆଭୂଷଣ ପାଇଥିଲେ । ସେମାନଙ୍କ ପରିଶ୍ରମକୁ ଅନ୍ୟମାନେ ପ୍ରଶଂସା କରିଥିଲେ ।
Comments are closed.