ଗଞ୍ଜାମ : ଗଞ୍ଜାମ ରମ୍ଭାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁରୀରୁ ଦର୍ଶନ ସାରି ତାମିଲନାଡ଼ୁ ଫେରୁଥିଲେ ୫୦ ତୀର୍ଥଯାତ୍ରୀ । ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ସେମାନଙ୍କୁ ଚିକତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଗୁରୁତର ଯାତ୍ରୀ କାଶୀ ଆରୁପଡ଼ାୟୀ ଅଞ୍ଚଳର ବୋଲି ଜଣାପଡ଼ିଛି । ବସରେ ୫୦ ଜଣ ଯାତ୍ରୀ ଥିଲେ । ଏମାନେ ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାରି ତାମିଲନାଡୁ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
Comments are closed.