Latest Odisha News

BREAKING NEWS

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବିରେ ବିଜେପି ହାଇକୋର୍ଟର ଦ୍ୱାରସ୍ଥ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛି ଭାରତୀୟ ଜନତା ପାର୍ଟି । ଏହି ଚାବି ହଜିବା ଘଟଣା ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

BjdElectrycity

ଓଡ଼ିଶା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି । ବିଜେପି ପକ୍ଷରୁ ପିତାମ୍ବର ଆଚାର୍ଯ୍ୟ ପ୍ରତିପକ୍ଷ ଓକିଲ ଭାବେ ହାଇକୋର୍ଟରେ ଲଢୁଛନ୍ତି ।

ଏହି ମାମଲାରେ ଗୃହ ବିଭାଗ ସଚିବ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଞ୍ଚଳ ଡ଼ିଆଇଜି, ପୋଲିସ ଡ଼ିଜି, ପୁରୀ ଏସପି, ସିବିଆଇ ନିର୍ଦେଶକ, ଭୁବନେଶ୍ୱର ସିବିଆଇ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଚାବି ହଜିବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ କରିବା ଦରକାର ବୋଲି ବିଜେପି ମୁଖପାତ୍ର ତଥା ବିଜେପି ପକ୍ଷରୁ ମାମଲା ଲଢୁଥିବା ପ୍ରତିପକ୍ଷ ଓକିଲ ପିତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.