Latest Odisha News

ସିଡିଏରେ ମିଶ୍ରଣକୁ ବିରୋଧ କରି ଆଠଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଆଠଗଡ: କଟକ ଡେଭଲପମେଣ୍ଟ ଅଥରିଟି ବା ସିଡିଏ ଅଧୀନକୁ ଆସିବ ଆଠଗଡ ବ୍ଲକର ୭୧ଟି ପଞ୍ଚାୟତ । ରାଜ୍ୟ ସରକାର ନିକଟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ଆଠଗଡରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ ହେଉଛି । ଏହି ବନ୍ଦ ଡାକରାକୁ ସ୍ଥାନୀୟ ନେତା ଏବଂ ବୁଦ୍ଧିଜୀବୀ ସମେତ ଅନେକ ବର୍ଗର ଲୋକ ସମର୍ଥନ କରିଛନ୍ତି ।

ବନ୍ଦ ପାଳନ ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବନ୍ଦ ପାଳନ ହେଉଥିବାରୁ ଦୋକାନ, ବଜାର ବନ୍ଦ ରହିଛି । ରାସ୍ତାଘାଟ ସୁନା ସାନ ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ବିକାଶ କରୁଛନ୍ତି । ଏହାରି ଭିତରେ ଆଠଗଡ ବ୍ଲକର ୭୧ଟି ପଞ୍ଚାୟତକୁ ସିଡିଏରେ ମିଶ୍ରଣ କରି ଏହାର ଉନ୍ନତୀକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏପରି ହେଲେ ଆଠଗଡବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଠଗଡ ବାସୀ କହିଛନ୍ତି । ସମସ୍ତ କାମ ପାଇଁ ଆଠଗଡରୁ କଟକ ଆସିବ । ସେହିପରି ଜମି ବାଡି କିଣା ବିକା ଆରମ୍ଭ ପାଖରୁ ବିଭିନ୍ନ ବ୍ୟବସ୍ଥାରେ ପରିବର୍ତନ ହେବ । ଏହାଦ୍ୱାରା ଆଠଗଡ ବାସୀ ଅଧିକ ଖର୍ଚ୍ଚାନ୍ତ ହେବେ । ତେଣୁ ରାଜ୍ୟ ସରକାର ଏପରି କାମକୁ ବନ୍ଦ କରିବା ଦରକାର । ସରକାର ମନ ଇଚ୍ଛା ତାଙ୍କର ନିଷ୍ପତ୍ତି ନେଉଛନ୍ତି । ଏପରି ଏକ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ଆଠଗଡବାସୀଙ୍କ ମତାମତ ନେବାର ଥିଲା ବୋଲି ସାଧାରଣ ଲୋକେ କହିଛନ୍ତି।

ଅନ୍ୟପଟେ ନିଜ ଅଭିଯୋଗ ଜଣାଇବା ନିମନ୍ତେ ଆସନ୍ତାକାଲି ଅର୍ଥାତ ୨୯ ତାରିଖ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହାପରେ ଏନେଇ ଶୁଣାଣି କରି ବିହିତ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

Comments are closed.