ନୂଆଦିଲ୍ଲୀ: ଚିଠିର ଜବାବ ଚିଠି । ଘୃଣା ରାଜନୀତି ବନ୍ଦ କରିବା ଜବାବରେ ଆଜି ୧୯୭ ଅବସରପ୍ରାପ୍ତ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପତ୍ର ଲେଖିଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୬ରେ ଆତ୍ମ ସମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି)ର ୧୦୮ଜଣ ଅଧିକାରୀ ମୋଦିଙ୍କୁ ଟାର୍ଗେଟ କରି ଚିଠି ଲେଖିଥିଲେ । ଏହାର ଜବାବ ଉପରୋକ୍ତ ଅଧିକାରୀମାନେ ଦେଇଛନ୍ତି । ଏଥିରେ ୮ଜଣ ଅବସରପ୍ରାପ୍ତ ବିଚାରପତି, ୯୭ ଅମଲାତନ୍ତ୍ର ଓ ୯୨ ସଶସ୍ତ୍ର ବାହିନୀ ଅଧିକାରୀ ରହିଛନ୍ତି । ମୋଦି ଏବଂ ବର୍ତମାନର ଭାରତ ସରକାର ବିରୋଧରେ ନକାରାତ୍ମକ ଢ଼ଙ୍ଗରେ ଜନମତ ସୃଷ୍ଟି କରିବା ପାଇଁ ଉଦ୍ୟମ ଚାଲିଛି । ସିସିଜି ପଶ୍ଚିମବଙ୍ଗ ହିଂସା ବେଳେ କାହିଁକି ନୀରବ ରହିଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
କୌଣସି ପ୍ରମାଣ ନ ନେଇ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି । ଯାହାକି ଦେଶରେ ଘୃଣା ରାଜନୀତିର ବାତାବରଣ ସୃଷ୍ଟି କରିବ । ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ନେଇ ସେମାନେ ହତାଶ ହୋଇ ଏ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଆମେ ଦେଶର ସାଧାରଣ ଜନତାଙ୍କୁ ଅନୁରୋଧ କରୁଛି ଯେ, ଏ ଭଳି ଲୋକଙ୍କ କଥାରେ ତରବରିଆ ଭାବେ କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ । ଏଥିରେ ଦେଶର ଅଖଣ୍ଡତା ପ୍ରତି ବିପଦ ରହିଛି ।
Comments are closed.