ପୁରୀ: ପୁରୀରେ ଏସଆଇର ଏକ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଟିମ୍ ଆସି ପହଞ୍ଚିଛି । ଏହି ଗସ୍ତ ବେଳେ ପୁରୀ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ମେ ୭ରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ ଏବଂ ମେ ୯ରେ ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରିବେ। ତେଣୁ ଆଜିର ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।
ପୁରୀରେ ଏଏସଆଇ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଟିମ୍ ଆସି ପହଞ୍ଚିଛି । ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ ଟିମ୍ ।#Breaking #Puri #ASI
— Odisha Sambad (@Odisha_Sambad) May 1, 2022
ଭୁବନେଶ୍ୱର ଏବଂ ପୁରୀ ଏଏସଆଇର ଅଫିସର ବରିଷ୍ଠ ଅଧିକାରୀ ଏହି ଟିମରେ ରହିଛନ୍ତି । ପ୍ରକଳ୍ପ ତିଆରି ବେଳେ କେତେ ଗଭୀର ଖନନ ହୋଇଛି । ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ କି କି ପଦକ୍ଷେପ ନିଆଯାଇଛି, ଆବଶ୍ୟକ ଅନୁମତି ନିଆଯାଇଛି କି ନାହିଁ, ଏସବୁ ଦିଗ ଉପରେ ଟିମ୍ ଅନୁଧ୍ୟାନ କରିବ । ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଠିକା କମ୍ପାନୀ ଟାଟା ଏହି ପ୍ରକଳ୍ପ କାମ କରୁଛି । ହେଲେ ପ୍ରକଳ୍ପ ତିଆରି ପାଇଁ ଆବଶ୍ୟକ ଅନୁମତି ନିଆଯାଇନାହିଁ ବୋଲି ଅଭିଯୋଗ ରହିଛି । ତେଣୁ ପ୍ରକଳ୍ପ କାମ ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟରେ ମାମଲା ପହଂଚିଛି ।
ଏହି ଟିମ୍ ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ । ଗତ ୬ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର କୁମାର ଯାଦବ ଏଏସଆଇ ନିକଟରେ ସଂଶୋଧିତ ପ୍ରକଳ୍ପର ନକ୍ସା ଦାଖଲ କରିଥିଲେ ।
Comments are closed.