Latest Odisha News

BREAKING NEWS

ଅକ୍ଷୟ ତୃତୀୟା ଦିନ ଭୁଲରେ କରିବେନି ଏହି କାମ, ମାଆ ଲକ୍ଷ୍ମୀ ରାଗିବେ

ପୁରୀ: ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହା ହିନ୍ଦୁମାନଙ୍କର ଏକ ବଡ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ସମସ୍ତ ଭଲ କାର୍ଯ୍ୟା ଶୁଭାରମ୍ଭ କରାଯାଇଥାଏ । ତେବେ ଅକ୍ଷୟ ତୃତୀୟ ଦିନ ଏପରି କେତେକ କାମ ଅଛି ଯାହା କରିବା ଅନୁଚିତ । ଏହା କଲେ ମାଆ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଅସନ୍ତୁଷ୍ଟ ହେବେ ।

ଖାଲି ହାତରେ ଘରକୁ ଫେରିବେନି: ଅକ୍ଷୟ ତୃତୀୟ ଦିନ ଖାଲି ହାତରେ ଘରକୁ ଫେରିବା କଥା ନୁହେଁ । ସୁନା, ରୂପାଠାରୁ ଆରମ୍ଭ କରି ଯେ କୌଣସି ସାମଗ୍ରୀ ଘରକୁ ଆଣିବା ଉଚିତ । ଯଦି ମହଙ୍ଗା ଆଭୂଷଣ କିଣିବା ସମ୍ଭବପର ନୁହେଁ ତାହାହେଲେ ଧାତୁରେ ନିର୍ମିତ ଯେ କୌଣସି ଛୋଟ ବସ୍ତୁ ଆଣିଲେ ଚଳିବ ।
ମାଆ ଲକ୍ଷ୍ମୀଙ୍କୁ ଅଲଗା ପୂଜା କରିବେ ନାହି: ଅକ୍ଷୟ ତୃତୀୟା ଦିନ ମାଆ ଲକ୍ଷ୍ମୀଙ୍କୁ ଏକୁଟିଆ ପୂଜା କଲେ ବିଶେଷ ଲାଭ ହୋଇ ନ ଥାଏ । ଭଗବାନ ବିଷ୍ଣୁଙ୍କ ସହ ଏକତ୍ର ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ ।
ଅଗାଧୁଆରେ ଛୁଇଁବେନି ତୁଳସୀ : ଏହି ଦିନ ମାତା ତୁଳସୀଙ୍କୁ ଭୁଲରେ ଅଗାଧୁଆରେ ଛୁଇଁବା ଠିକ ନୁହେଁ । ଏହା କଲେ ମାଆ ରାଗିଯାନ୍ତି । ଏହାର ପ୍ରଭାବ ଭଗବାନ ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କ ଉପରେ ପଡିଥାଏ । ସେମାନେ କ୍ରୋଧୀତ ହୋଇ ଉଚିତ ଫଳ ପ୍ରଦାନ କରି ନ ଥାନ୍ତି ।
ରାଗି କରି ପୂଜା କରନ୍ତୁ ନାହିଁ : ଅକ୍ଷୟ ତୃତୀୟ ଦିନ ମନରେ କ୍ରୋଧ ଉପୁଜିଥିଲେ ପୂଜା କରନ୍ତୁ ନାହିଁ । ଏହାର ନକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିବ ।
ଘରକୁ ଅନ୍ଧାର କରିବେ ନାହିଁ : ଅକ୍ଷୟ ତୃତୀୟା ଦିନ ଘର ଅନ୍ଧାର ରଖିବା ଠିକ ନୁହେଁ । ଯଦି କୌଣସି କୋଣ ଅନ୍ଧାର ରହୁଛି ସେଠାରେ ଦୀପ ଲଗାଇଲେ ମାଆ ଲକ୍ଷ୍ମୀଙ୍କ କୃପା ରହିବ ।

Leave A Reply

Your email address will not be published.