ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କୀର୍ତ୍ତନ ଅଥବା ପାର୍ଥନା ଧ୍ୟାନ ଓ ସ୍ତବ ଉଚ୍ଚlରଣ ଦ୍ୱରା କେବଳ ମନ୍ୟୁଷ ନୁହେଁ, ପଶୁ, ପକ୍ଷୀ, କୀଟ, ପତଙ୍ଗ ଆଦି ପ୍ରାଣୀମାନେ ମଧ୍ୟ ଉଦ୍ଧାର ପାଇଛନ୍ତି। ପତିତ ଉଦ୍ଧାର କରି ଯେ (ଶ୍ରୀଜଗନ୍ନାଥ )ହୋଇଛନ୍ତି ପତିତପାବନ। ସେ ହିଁ ଆର୍ତ୍ତିମାନଙ୍କ ଉଦ୍ଧାର କରି ନାମ ପାଇଛନ୍ତି ଆର୍ତ୍ତତ୍ରାଣ। ମନ୍ୟୁଷ କଥା ଚିନ୍ତା କଲେ ବ୍ୟାସ କୃତ ଭାଗବତରେ ବର୍ଣ୍ଣିତ ମହାପାପୀ ଅଜାମ୍ବିଳଙ୍କ ଉଦାହରଣ ସର୍ବଉତ୍କୃଷ୍ଠ, ଯାହାସଂସ୍କୃତରେ ଏହିପରି : “ଏତାବତାଳମଘନିହୂରଣlୟ ପୁଂସାମ, ସଂକୀର୍ତ୍ତନ ଭଗବତୋ ଗୁଣକର୍ମ ନାମ୍ମlମ୍, ବିକୃଶ୍ୟ ପୁତ୍ର ମଘବାନ ଯଦଜାମିଳୋଅପି, ନାରାୟଣେତି ମ୍ରିୟମାଣ ଇୟାମମୁକ୍ତି।” ଅର୍ଥାତ ମୃତ୍ୟୁ ସମୟରେ ଆତୁରରେ କେବଳ ନିଜର ପୁତ୍ର “ନାରାୟଣ “ଙ୍କୁ ଡାକି ମହାପାପୀ ଅଜାମ୍ବିଳ ମୁକ୍ତି ପାଇଥିଲା। ଏଠାରେ ନାମ ଉଚ୍ଚାରଣରେ କୌଣସି ବିଧି, ଶ୍ରଦ୍ଧା ନଥିଲା, ଏହି ପ୍ରସଙ୍ଗକୁ ସାଧକ ଅଚ୍ୟୁତାନନ୍ଦ ଦାସ” ମନ୍ମଥ ଚନ୍ଦ୍ରିକା “ରେ ଅତି ସୁନ୍ଦର ଭାବେ ବର୍ଣନା କରିଛନ୍ତି ।
“ଅଜାମ୍ବିଳ ନlମେ ଏକ ମହାପାପୀ ଗଲା,
ପୁତ୍ର ନାମ ଧରିଲେ ସଂସାରୁ ତରିଗଲା,
ନାରାୟଣ ଆସ ବୋଲି ଡାକିବାର ବେଳେ,
ପାପକୁ ଦହିର୍ଯ୍ୟ କରି ବିଷ୍ଣୁଲୋକେ ନେଲେ
ନାରାୟଣ ବୋଲନ୍ତେ ସେ ଭବୁ ତରିଗଲା,
ନାମ ପ୍ରସାଦୁ ମନ ଏମନ୍ତ ହୋଇଲା।”
ଏହି କଥାକୁ ସମର୍ଥନ କରି ସ୍ୱୟଂ ଶ୍ରୀକୃଷ୍ଣ ଗୀତାରେ କହିଲେ “ଯଂ ଯଂ ବାପି ସ୍ମରନ ଭାବଂ ତ୍ୟଜତ୍ୟନ୍ତେ କଳେବରଂ, ତଂ ତମେବୈତି କୌନ୍ତେୟ ସଦା ତଦ ଭାବଭାବିତଃ ।” ଆହୁରି ମଧ୍ୟ କହିଲେ”ଅନ୍ତଃକାଳେ ଚ ମାମେବ ସ୍ମରନ ମୁକ୍ତା କଳେବରମ, ଯ ପ୍ରୟାତି ସ ମଭାବଂ ଯlତି ନାସ୍ତ୍ୟତ୍ର ସଂଶୟଃ ।” ଅର୍ଥାତ ଜୀବନର ଅନ୍ତିମ ସମୟରେ ଜୀବ ଯେଉଁ ବିଷୟ ଚିନ୍ତା କରି ଶରୀର ତ୍ୟାଗ କରେ ସେ ସେହି ଭାବକୁ ପ୍ରାପ୍ତ ହୁଏ। ଅନ୍ୟ ଶ୍ଳୋକରେ କହିଲେ ଜୀବ ଯିବା ସମୟରେ ଭଗବାନ ନାମ ସ୍ମରଣ ବା ଉଚ୍ଚାରଣ ଈଶ୍ୱର ପ୍ରାପ୍ତି ସୁନିଶ୍ଚିତ। ଯାହା ଅଜାମ୍ବିଳ କ୍ଷେତ୍ରରେ ହେଲା। ଆଗାମୀ ସମୟରେ ପଶୁ ପକ୍ଷୀ ଇତ୍ୟାଦିଙ୍କ କଥା ଜାଣିବା ଏବେ ଆରାଧନାର ବେଳ।`
“ଜୟ ଜୟ ଜଗନ୍ନାଥ ବୁଡିଲି ଅଗାଧେ,
ଜନ୍ମଜନ୍ମାନ୍ତର ସେବା ତୁମ୍ଭ ପଦ୍ମପାଦେ
ଜୟ ଜୟ ଭକ୍ତବନ୍ଧୁ ଅନ୍ଧକାରେ ପଡି
ତୁମ୍ଭେ ନରଖିଲେ ମୁଁ ନିଶ୍ଚୟ ମଲି ବୁଡି
(ଶିବ ଦାସ ବର୍ଣ୍ଣିତ ଶ୍ରୀରାଧା ରସାମୃତ )
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.