Latest Odisha News

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୯ 

ଗାଡ଼ି ରଖିଲା କୁମାର । ଭିତରେ ଆରାଧ୍ୟା ଅପେକ୍ଷା କରିଛି । ଏଇଟା ସେଇ ମନ୍ଦିର ଯେଉଁଠି ଦିନେ ଆରାଧ୍ୟା ହିଁ ମ୍ୟାଡ଼ମ୍ ନୁହେଁ “ଅରୁ” ଡାକ ବୋଲି ବାଧ୍ୟ କରିଥିଲା । ତା’ ସମ୍ପର୍କର ନୂଆ ରୂପ ମିଳିଥିଲା ସେ ଦିନ ।

ଆରାଧ୍ୟା ଆଣ୍ଠୁ ମାଡ଼ି ବସିଛି ଠାକୁରଙ୍କ ସାମ୍ନାରେ । ପଛପଟୁ ଅବିକଳ ପଥର ମୁର୍ତ୍ତିଟିଏ ପରି ଦେଖାଯାଉଛି । ଠିକ୍‌
ଦିଅଁଙ୍କ ପରି । ଏବେ ମନ୍ଦିର ଫାଙ୍କା । ଆଉ କିଛି ସମୟ ପରେ ସନ୍ଧ୍ୟା ହେଇଯିବ । ଲୋକଙ୍କ ଯିବାଆସିବା ଲାଗିବ ।
.
ଅରୁ…

ଉଁ…

ଆରାଧ୍ୟା ମୁହଁ ଉଠେଇ ଚାହିଁଲା ।

କୁମାର ଦେଖିଲା, ଆରାଧ୍ୟା ମୁହଁ ଶାନ୍ତ । ପରିକ୍ୱତା, ସ୍ଥିରତାର ଭାବ ।

ଆରାଧ୍ୟା ଲକ୍ଷ୍ୟ କଲା, କୁମାର ଆଖିରେ ଅନେକ ଦ୍ୱନ୍ଦ, ଅସ୍ଥିରତା, ଆଉ ଅନୁତାପ ।

ଆସ କୁମାର । ଏବେ ତ’ ସନ୍ଧ୍ୟା ହୋଇନାହିଁ, ଚାଲ ମନ୍ଦିର ପଛପଟ ପୋଖରୀ ପାଖରେ କିଛି ସମୟ ବସିବା ।

ବାଧ୍ୟ ଶିଶୁଟି ପରି ଆରୁ ପଛେ ପଛେ ଚାଲିଲା କୁମାର ।

ସେ ଆଜି ଅନେକ କଥା ଭାବି ଆସିଛି । ସୁଯୋଗ ପାଇଲେ, ମନ କଥା କହିଦେବ । ଯାହା ଭାବୁଛି ଭାବୁ ଅରୁ । ସେ କହିବ ମାନେ କହିବ । ଏତେ ବୋଝ ନେଇ ଆଗକୁ ବଢିବା ତା’ ପାଇଁ ଅସାଧ୍ୟ ହୋଇ ପଡୁଛି ।

କିନ୍ତୁ ଆରାଧ୍ୟା କ’ଣ କହିବ ବୋଲି ଡାକି ନେଉଛି?

 

କ୍ରମଶଃ

Comments are closed.