Latest Odisha News

BREAKING NEWS

ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

ଭୁବନେଶ୍ୱର: ଶହେ ସ୍ମାର୍ଟ ସିଟି ଭିତରେ ପ୍ରଥମ ସାତଟି ରେ ସ୍ଥାନ ପାଇଛି ଭୁବନେଶ୍ୱର। ଦେଶରେ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପ୍ରଥମପର୍ଯ୍ଯାୟ ସାତ ସ୍ମାର୍ଟ ସିଟି। ୨୦୧୫ ରେ ସ୍ମାର୍ଟ ସିଟି ପାଇଁ ଚୟନ ହୋଇଥିବା ସହର ଗୁଡିକ ଭିତରେ ଭିତ୍ତିଭୂମି ଭୁବନେଶ୍ୱର ସ୍ଥାନ ପ୍ରଥମ ଥିଲା।

କେନ୍ଦ୍ର ସରକାର ନଗର ଉନ୍ନୟନ ମନ୍ତ୍ରାଳୟ ଏକ ସାତ ଟିକିଆ ତାଲିକା ପ୍ରସ୍ତୁତ କରିଛି। ସେହି ସହର ଗୁଡିକ ପ୍ରଥମ ପର୍ଯ୍ୟାୟ ସ୍ମାର୍ଟ ସିଟି ଭାବେଘୋଷଣା ହେବ।

ଭୋପାଳ, ସୁରଟ, ଉଦୟପୁର, ଭୁବନେଶ୍ୱର, ଇନ୍ଦୋର, ବାରଣାସୀ ଏବଂ ଅହମଦାବାଦ ଏହି ପ୍ରଥମ ପର୍ଯ୍ଯାୟ ତାଲିକା ରେ ସ୍ଥାନ ପାଇଛନ୍ତି। ସ୍ମାର୍ଟବିବେଚିତ ହେବାକୁ ଧାର୍ଯ୍ଯ ପ୍ରକଳ୍ପ କାମ ବିବରଣୀ ବାହାରିଛି। ଯେଉଁଥିରେ ସଂପୂର୍ଣ୍ଣ କାମ ରିପୋର୍ଟ ଅଛି।

ଭୋପାଳ୯୨%, ସୁରଟ୮୨.୪୪%, ଉଦୟପୁର୭୮%, ଭୁବନେଶ୍ୱର୭୬%, ଇନ୍ଦୋର୭୦%, ବାରଣାସୀ୭୦%, ଅହମଦାବାଦ୭୦% ପ୍ରକଳ୍ପ କାମ ସାରିଛନ୍ତି।

ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସହର ଗୁଡିକ ବଳକା କାମ ସାରିବେ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ନିର୍ବାଚନ ଥିବା ସ୍ଥାନ ଗୁଡିକ ସାତଟି ସହରଭିତରୁ ଅଧିକ କାମ ସାରିଛନ୍ତି।

୨୦୨୩ ଜୁନ୍ ରେ ଏହି ମିଶନ ଶେଷ ସମୟ ସୀମା ରଖାଯାଇଛି। ତା ଆଗରୁ ଶେଷ ୪୦ ସହରରେ ହେଉଥିବା କାର୍ଯ୍ଯକାରୀ ଜନିତ ସମସ୍ଯା ସମଧାନକରିବାକୁ ମନ୍ତ୍ରାଳୟ ଯୋଜନା ରଖିଛି।

Leave A Reply

Your email address will not be published.