Latest Odisha News

ଧାୱନଙ୍କ ଧୁଆଁଧାର ଶତକ, କଙ୍ଗାରୁ ବିପକ୍ଷରେ ଭାରତର ବିଶାଳ ୩୫୨ ରନ

ଓଭାଲ: ଷ୍ଟାଇଲିସ୍ ଓପନର୍ ଶିଖର ଧାୱନଙ୍କ ଧୁଆଁଧାର ଶତକ ବଳରେ ଭାରତ ଅଷ୍ଟ୍ରେଲିଆ ବିରୁଦ୍ଧରେ ବିଶାଳ ୩୫୨ ରନ ସ୍କୋର କରିପାରିଛି । ବିଶ୍ୱକପରେ ଆଜି ଭାରତୀୟ ବ୍ୟାଟ୍ସମ୍ୟାନ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ସାମ୍ନାରେ ଏକ ଲଢୁଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଟସରେ ଜିତି ବିରାଟ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁଇ ଓପନର୍ ୱିକେଟରେ ଦୀର୍ଘ ସମୟ ଜମିରହି ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ । ଶିଖର ଧାୱନ ୧୦୯ଟି ବଲ୍ ଖେଳି ୧୧୭ ରନ ଏବଂ ରୋହିତ ଶର୍ମା ୫୭ ରନ କରିଥିଲେ । କପ୍ତାନ ବିରାଟ କୋହଲୀ ୮୨ ରନ, ହାର୍ଦ୍ଧିକ ପାଣ୍ଡ୍ୟା ଧୁଆଧାର ୪୮ ରନ ମାତ୍ର ୨୭ଟି ବଲ୍ ଖେଳି କରିଥିଲେ । ପାଣ୍ଡ୍ୟା ୩ଟି ବିଶାଳ ଛକା ସହିତ ୪ଟି ଆକର୍ଷଣୀୟ ଚୌକା ମାରିଥିଲେ । ଭାରତ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ୫ ୱିକେଟ ହରାଇ ମୋଟ ୩୫୨ ରନ ସ୍କୋର କରିଥିଲା ।

ଭାରତୀୟ ଦଳର ସ୍କୋର ୧୨୭ ରନରେ ପ୍ରଥମ ୱିକେଟର ପତ୍ତନ ହୋଇଥିଲା । କଙ୍ଗାରୁ ବୋଲର୍ ଷ୍ଟୋଇନିସ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ କୁମିନ୍ସ, ଷ୍ଟାର୍କ ଏବଂ ନିଲ୍ ଗୋଟିଏ କରି ୱିକେଟ ଅକ୍ତିଆର କରିପାରିଛନ୍ତି ।

Leave A Reply

Your email address will not be published.