Latest Odisha News

BREAKING NEWS

୯ ମଦ୍ୟପ ପାଇଲଟଙ୍କୁ ନିଲମ୍ବିତ କଲା ଡିଜିସିଏ

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ଏପ୍ରିଲ ମାସ ଶେଷ ସୁଦ୍ଧା ୯ ଜଣ ପାଇଲଟ୍ କାର୍ଯ୍ୟସ୍ଥଳରେ ମଦ ପିଇ ସସପେଣ୍ଡ ହୋଇଛନ୍ତି । ଏହି ପାଇଲଟ୍ ମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଫ୍ଲାଇଟ୍ ଉଡେଇବାକୁ ଗଲାବେଳେ ଧରାପଡ଼ିଛନ୍ତି । ସୌଭାଗ୍ୟବଶତଃ ଏମାନେ ବିମାନ ଚଢ଼ିବା ଆଗରୁ ଆଲକୋହଲ ଟେଷ୍ଟ ହୋଇଛନ୍ତି । ନହେଲେ କ’ଣ ହୋଇଥାନ୍ତା ତାହା କେବଳ ଅଦୃଶ୍ୟ ଭଗବାନ ଜାଣନ୍ତି । ଏୟାରପୋର୍ଟ ଅଥରିଟି କି ଡିଜିସିଏ କେହି ଏଠି ଉତ୍ତର ଦେଇପାରିବେନି ।

କଡ଼ା ଗାଇଡ଼ଲାଇନକୁ ସଚ୍ଚୋଟତାର ସହ ପାଳନ କରି ଡିଜିସିଏ ଏହି ମଦ୍ୟପ ପାଇଲଟଙ୍କୁ ଧରିଛି । ୯ ଜଣ ପାଇଲଟଙ୍କ ଭିତରୁ ଦୁଇ ଜଣ ତିନି ବର୍ଷ ପାଇଁ ସସପେଣ୍ଡ ହୋଇଛନ୍ତି । ଅନ୍ୟ ସାତ ଜଣଙ୍କୁ ଡିଜିସିଏ ତିନି ମାସ ଲେଖାଏଁ ସସପେଣ୍ଡ କରିଛି । ସେମାନଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି ।

ତେବେ କେବଳ ପାଇଲଟ୍ ନୁହନ୍ତି, କ୍ୟାବିନ୍ କ୍ରିଉ ମଧ୍ୟ ମଦ ପିଇ ଯାଉଥିବାର ଧରାପଡ଼ିଛନ୍ତି । ୩୨ ଜଣ କ୍ୟାବିନ୍ କ୍ରିଉ ମଧ୍ୟ ମଦ୍ୟପ ଅବସ୍ଥାରେ ଧରାପଡ଼ିଛନ୍ତି । ସେମାନେ ସମସ୍ତେ ତିନି ମାସ ପର୍ଯ୍ୟନ୍ତ ସସପେଣ୍ଡ ହୋଇଛନ୍ତି ।

ଡିଜିସିଏ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ଯେ, ସମସ୍ତ ବିମାନ ଚଳାଚଳ କମ୍ପାନୀ ‘କକପିଟ୍’ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ କର୍ମଚାରୀଙ୍କ ଆଲକୋହଲ ଟେଷ୍ଟ କରାଯିବା ଆବଶ୍ୟକ ।

Leave A Reply

Your email address will not be published.