ଜୟପୁର: ତାଜମହଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବୁଧବାର ଜୟପୁର ରାଜପରିବାରର ରାଜକୁମାରୀ ତଥା ବିଜେପି ସାଂସଦ ଦୀୟା କୁମାରୀ କହିଛନ୍ତି, ତାଜମହଲ ଆମ ଜାଗରେ ହୋଇଛି । ଏହାର ପ୍ରମାଣ ଆମ ନିକଟରେ ରହିଛି । ତାଜ ମହଲରେ ବନ୍ଦ ରହିଥିବା ୨୨ ରୁମରେ ହିନ୍ଦୁ ଦେବଦେବୀଙ୍କ ମୂର୍ତି ରହିଛି । ଏଏସଆଇ ଏହାର ଯାଂଚ କଲେ ସମସ୍ତ ତଥ୍ୟ ସମ୍ମୁଖକୁ ଆସିବ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା । ମୋଗଲ ଶାସକ ଶାହାଜାହାନ ଆମଠାରୁ ଜମି ଛଡାଇ ନେଇଥିଲେ । ଏ ନେଇ କୌଣସି ପ୍ରକାରର ଆବେଦନ ହୋଇ ନ ଥିଲା । ସବୁ କିଛି ଜୋର ଜବରଦସ୍ତ ହୋଇଥିଲା ବୋଲି ସେ କହିଛନ୍ତି ।
୧୬୩୧ରେ ପତ୍ନୀ ମମତାଜଙ୍କ ସ୍ମୃତିରେ ଶାହାଜାହାନ ଏହାକୁ ତିଆରି କରିଥିଲେ । ୧୬୫୩ରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ପୂର୍ବରୁ ବିଜେପି ନେତାମାନେ ତାଜମହଲ ଯେଉଁଠାରେ ହୋଇଛି ସେଠାରେ ଶିବ ମନ୍ଦିର ଥିଲା ବୋଲି ଦାବୀ କରି ଆସୁଛନ୍ତି । ଦୀୟା କୁମାରୀଙ୍କ ଦାବୀ ପରେ ତାଜମହଲକୁ ନେଇ ଭାରତରେ ଚର୍ଚ୍ଚା ଜୋର ଧରିଛି ଏବଂ ସମସ୍ତଙ୍କ ଉତ୍କଣ୍ଠା ଏବେ ବନ୍ଦ ଥିବା କୋଠରୀ ଉପରକୁ ଯାଇଛି ।
Comments are closed.