Latest Odisha News

ଆହୁରି ୪ ଟଙ୍କା ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଯେଉଁ ପେଟ୍ରୋଲ ଓ ଡିଜେଲ ଦର ପାଇଁ ଭାରତବର୍ଷ ମହଙ୍ଗା ମାଡ଼କୁ ସାମ୍ନା କରୁଛି । ଏବେ ସେହି ପେଟ୍ରୋଲ ଓ ଡିଜେଲ ଦୀର୍ଘ ଦିନ ଧରି ସ୍ଥିର ରହିବା ପରେ ଏବେ ପୁଣିଥରେ ଦର ବଢିବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ପେଟ୍ରେଲ ଏବଂ ଡିଜେଲର ଦର ଆହୁରି ୪ ଟଙ୍କା ବଢ଼ିପାରେ। ‘ବିଜନେସ୍ ଟୁଡେ’ ଟିଭିକୁ ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦର ବୃଦ୍ଧି ଏକକାଳୀନ ବଦଳରେ ପର୍ଯ୍ୟାୟକ୍ରମେ ହୋଇପାରେ। ସେହିପରି ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ରହିଛି। ଡିଜେଲ ଦର ଲିଟର ପିଛା ୩-୪ ଟଙ୍କା ଏବଂ ପେଟ୍ରୋଲ ଦର ଲିଟର ପିଛା ୨-୩ ଟଙ୍କା ବୃଦ୍ଧି ପାଇପାରେ ।

କାରଣ ତେଲ ମାର୍କେଟିଂ କମ୍ପାନୀ (ଓଏମସି) ପେଟ୍ରୋଲ ତୁଳନାରେ ଡିଜେଲରେ ଅଧିକ ରାଜସ୍ୱ କ୍ଷତି ହେଉଛି। ଡିଜେଲ ଉପରେ ଲିଟର ପିଛା ୨୫-୩୦ ଟଙ୍କା ଏବଂ ପେଟ୍ରୋଲ ଉପରେ ଲିଟର ପିଛା ୯-୧୦ ଟଙ୍କା କ୍ଷତି ସହୁଛନ୍ତି କମ୍ପାନୀମାନେ। ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୧୪ ଥର ବୃଦ୍ଧି ପାଇଛି। ଗତ ୪୦ ଦିନ ମଧ୍ୟରେ ତେଲ ଦରରେ ଆଉ ବୃଦ୍ଧି ହୋଇନାହିଁ।

ଏଯାଏ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦିଲ୍ଲୀରେ ଯଥାକ୍ରମେ ଲିଟର ପିଛା ୧୦୫.୪୧ ଟଙ୍କା ଏବଂ ଲିଟର ପିଛା ୯୬.୬୭ ଟଙ୍କା ସ୍ଥିର ରହିଛି। ଭାରତ ନିଜର ଆବଶ୍ୟକତାର ୮୦ ପ୍ରତିଶତ ତୈଳ ଆମଦାନୀ କରିଥାଏ।

Leave A Reply

Your email address will not be published.