Latest Odisha News

ଖୋଲାରେ ଶୌଚ: ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାରେ ସର୍ବାଧିକ

ଭୁବନେଶ୍ୱର: ଦେଶରେ ଓଡ଼ିଶାର ସର୍ବାଧିକ ସହରାଞ୍ଚଳ ଲୋକେ ଖୋଲାରେ ଶୌଚ କରନ୍ତି । ୧୮.୫% ସହରାଞ୍ଚଳ ଲୋକ ରାଜ୍ୟରେ ଶୌଚ କରିବାକୁ ଖୋଲାକୁ ଯାଆନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି ।

ଏହି ତାଲିକାରେ ଓଡ଼ିଶା ସର୍ବାଗ୍ରେ ରହିଛି । ସମଗ୍ର ଦେଶରେ ୬.୧% ଲୋକ ଭାରତରେ ଶୌଚ କରୁଛନ୍ତି । ରାଜ୍ୟ ସ୍ତରରେ ଓଡ଼ିଶାର ସବୁ ଠାରୁ ଅଧିକ ସହରାଞ୍ଚଳ ଲୋକେ ବାହାରେ ଶୌଚ କରୁଛନ୍ତି । ଏହା ପରକୁ ଅଛି ବିହାର- ୧୧.୬% । ତେବେ ଦ୍ୱିତୀୟ ଏବଂ ପ୍ରଥମରେ ଥିବା ଦୁଇ ରାଜ୍ୟ ମଧ୍ୟରେ ମାତ୍ରାଧିକ ପାର୍ଥକ୍ୟ ରହିଛି ।

କେବଳ ସହରାଞ୍ଚଳ ନୁହେଁ ଓଡ଼ିଶାର ସ୍ଥିତି ଗ୍ରାମାଞ୍ଚଳରେ ମଧ୍ୟ ଶୋଚନୀୟ । ଏଠି ବି ଓଡ଼ିଶା ଅଗ୍ର ଭାଗ ବଜାୟ ରଖିଛି । ସର୍ବାଗ୍ରେ ନଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଛି । ୩୭% ଲୋକ ଗ୍ରାମାଞ୍ଚଳରେ ଶୌଚ କରୁଛନ୍ତି । ଦେଶରେ ୨୫.୯% ଲୋକ ଶୌଚ କରୁଥିବା ବେଳେ ରାଜ୍ୟ ହାର ଏହାକୁ ଅତିକ୍ରମ କରିଛି ।

ଉଭୟ ସ୍ଥରରେ ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ ରହିଛି । ସ୍ୱଚ୍ଛ ଭାରତ ମିଶନ ପ୍ରଚାର ପ୍ରସାର ଯେଉଁଭଳି ହେଉଛି ତାହା ବାସ୍ତବରେ ମିଛ ବୋଲି ଏହି ରିପୋର୍ଟ ପ୍ରକାଶ କରୁଛି ।

ସହରାଞ୍ଚଳରେ ମିଜୋରାମ, ଲାକ୍ଷାଦ୍ୱୀପ ଏବଂ ଲଦାଖ ରେ ୦% ଲୋକ ପଦାରେ ଶୌଚ କରନ୍ତି । ଅର୍ଥାତ୍ ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଏକ ରାଜ୍ୟରେ କେହି ପଦାରେ ଶୌଚ କରନ୍ତି ନାହିଁ ।
ଗ୍ରାମାଞ୍ଚଳରେ ଚଣ୍ଡିଗଡ଼ ଏବଂ ଲାକ୍ଷାଦ୍ୱୀପରେ କେହି ଖୋଲାରେ ଶୌଚ କରନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.