Latest Odisha News

BREAKING NEWS

ଜନ୍ମ ଦିନରେ କେଜିଏଫ ଫେମ ପ୍ରଶାନ୍ତଙ୍କ ଫିଲ୍ମ ସାଇନ କଲେ ଜୁନିୟର ଏନଟିଆର

ମୁମ୍ବାଇ: ଫିଲ୍ମ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଆରଆରଆର ଓ କେଜିଏଫ ଚ୍ୟାପ୍ଟର ୨ ଫିଲ୍ମର ସଫଳତା ପରେ ଜୁନିୟର ଏନଟିଆର ଓ ପ୍ରଶାନ୍ତ ନୀଲ ଏକତ୍ର ହୋଇଛନ୍ତି । ଜୁନିୟର ଏନଟିଆରଙ୍କ ଜନ୍ମ ଦିିବସ ଅବସରରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଏନଟିଆର ୩୧ ଲେଖା ସହ ଏହାର ଫାର୍ଷ୍ଟ ଲୁକ ଜାରୀ କରାଯାଇଛି । ଆରଆରଆରରେ ଏନଟିଆରଙ୍କ ଅଭିନୟ ସମସ୍ତଙ୍କ ମନ ଜିଣିଥିବା ବେଳେ କେଜିଏଫ ୨ରେ ପ୍ରଶାନ୍ତଙ୍କ ନିର୍ଦ୍ଦେଶନା ସମସ୍ତଙ୍କୁ ଚକିତ କରି ଦେଇଥିଲା । ୨୦ ବର୍ଷ ତଳୁ ମୁଁ ମୋର ସ୍ୱପ୍ନର ପ୍ରୋଜେକ୍ଟକୁ ସାଇତି ରଖିଥିଲି ଏବେ ଜୁନିୟର ଏନଟିଆରଙ୍କ ମାଧ୍ୟମରେ ସାକାର ହେବ ବୋଲି ପ୍ରଶାନ୍ତ କହିଛନ୍ତି ।

୩୧ ଏପ୍ରିଲ ୨୦୨୩ରେ ଫିଲ୍ମ ଫ୍ଲୋରକୁ ଯିବ । ମାଇଥରୀ ମୁଭି ମେକର୍ସ ଓ ଏନଟିଆର ଆର୍ଟ୍ସ ବ୍ୟାନର ମାଧ୍ୟମରେ ଏହି ଫିଲ୍ମ ନିର୍ମିତ ହେବ । ଫିଲ୍ମର ଘୋଷଣା ପରେ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପୋଷ୍ଟରରେ ଜୁନିୟର ଏନଟିଆରଙ୍କ ଲୁକ ବେଶ ପ୍ରଭାବଶାଳୀ ଲାଗୁଛି ।

Leave A Reply

Your email address will not be published.