Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସିସିଟିଭି ଫୁଟେଜରୁ ଧରାପଡ଼ିଲା ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ

ନୂଆପଡା  : ନୂଆପଡା ଜିଲ୍ଲା ସିନାପାଲିରେ ଗାଡି ପାର୍କିଂକୁ ନେଇ ବଚସା ପରେ ଗୁଳିମାଡ ।  ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ । ଗତକାଲି ଦିନରେ ସିନାପାଲି ରାବଣ ଛକ ନିକଟରେ ଗୁଳିମାଡ଼ ହୋଇଥିଲା । ଏଥିରେ ବାପା ପୁଅ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଛତିଶଗଡ଼ରୁ ଗିରଫ ହୋଇଛି ।

ଗାଡି ପାର୍କିଂକୁ ନେଇ  ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ବାପା ପୁଅ ଙ୍କ ଉପରକୁ ଗୁଳି ଚଳାଇଦେଇଥିଲା । ଫଳରେ ଉଭୟ ବାପା ପୁଅ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କ ଜଙ୍ଘରେ ଗୁଳିବାଜି ଥିବା ଜଣା ପଡିଛି । ଗୁରୁତର ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସିନାପାଲି ଓ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ଖଡ଼ିଆଳ ମିଶନ ହସ୍ପିଟାଲକୁ ସ୍ଥାନାନ୍ତତରିତ କରାଯାଇଥିଲା ।

ଗୁଳିକାଣ୍ଡର ସମସ୍ତ ଘଟଣା ସ୍ଥାନୀୟ ଛକ ଠାରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଥିଲା । ଅପରପକ୍ଷରେ ଗୁଳିମାଡ ର ଶିକାର ହୋଇଥିବା ପରିବାର ପକ୍ଷରୁ ସିନାପାଲି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତ୍ତିକରି ସିନାପାଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଅଭିଯୁକ୍ତ ଘଟଣା ଘଟାଇ ଛତିଶଗଡ଼ ପଟେ ଫେରାର ମାରିଥିବା ପୋଲିସ ଜାଣିବାପରେ ସିନାପାଲି ପୋଲିସ ଛତିଶଗଡ଼ ଗରିଆବନ୍ଧ ଦେଭୋଗ ପୋଲିସ ସହାୟତା ରେ ଦେଭୋଗ ପାଖରୁ ଅଭିଯୁକ୍ତ ରାଜାକୁ ଗିରଫ କରିବାରେ ସଫଳ ହୋଇଥିଲା ।

Comments are closed.