ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ବିବାହିତ ହିନ୍ଦୁ ନାରୀଙ୍କ ପାଇଁ ଏହା ଏକ ବଡ଼ ପର୍ବ । ଏହାପୂର୍ବରୁ କିନ୍ତୁ ଫଳ ବଜାରରେ ନିଆଁ ଲାଗିଯାଇଛି । ଦାମ ଏପରି ହୋଇଛି ଯେ ଯେକୌଣସି ବ୍ୟକ୍ତି ଫଳ କିଣିବା ପୂର୍ବରୁ ଦଶ ଥର ଭାବିବ । ଗୋଟିଏ ପଟେ ସାବିତ୍ରୀ ବ୍ରତ ଅନ୍ୟପଟେ ଫଳ ବଜାରର ଦର ଶୁଣି ଧନ୍ଦି ହୋଇଯାଇଛନ୍ତି ଘରର ରୋଜଗାରିଆ ପୁରୁଷ।
ଗୁରୁବାର ଭୁବନେଶ୍ୱରରେ ଆମ୍ବ କିଲୋ ପିଛା ଦର ୧୨୦ ଟଙ୍କାରେ ପହଞ୍ଚିଛି। କେବଳ ଆମ୍ବ ନୁହେଁ, ଏବେ ଗ୍ରାହକମାନେ ଗୋଟିଏ ଖଣ୍ଡ ଅନାରସ ପାଇଁ ୫୦ ଟଙ୍କା ଓ କିଲେ ଅଙ୍ଗୁର ପାଇଁ ୭୦ ଟଙ୍କା ଦେଉଛନ୍ତି। ଏହାବ୍ୟତୀତ ଆଗାମୀ ଦିନରେ ପନିପରିବା ଦର ଆହୁରି ବୃଦ୍ଧି ପାଇବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଭୁବନେଶ୍ୱର ବ୍ୟତୀତ କଟକ, ବାଲେଶ୍ୱର ଭଳି ଅନ୍ୟ ସ୍ଥାନରେ ମଧ୍ୟ ବିଭିନ୍ନ ଫଳର ଦର ଆକାଶଛୁଆଁ ହୋଇଛି। ଟୁଇନ ସିଟିରେ ସାଧାରଣ ଆମ୍ବ ଦର ଏବେ କିଲୋ ପିଛା ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି। ତେବେ ଲିଚୁ ଦର ୧୦୦ ଟଙ୍କା ଛୁଇଁଛି। ସେହିପରି ଏବେ ଗୋଟିଏ କେଜି ସେଓ ପାଇଁ ୧୩୦ ଟଙ୍କା ଓ ଗୋଟିଏ କେଜି ଅଙ୍ଗୁର ପାଇଁ ୧୦୦ ଟଙ୍କା ପକେଟରୁ ଦେବାକୁ ପଡୁଛି। ସେହିପରି କମଳା ଏବେ କଟକରେ କିଲୋ ପିଛା ୧୦୦ ଟଙ୍କା ଓ ଡର୍ଜନ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି।
ବାଲେଶ୍ୱରରେ ଏବେ ୮୦ ଟଙ୍କାରେ ଲୋକେ ଏକ ଡର୍ଜନ କଦଳୀ କିଣୁଛନ୍ତି। ଏଠାରେ ସେଓ କିଲୋ ପିଛା ୧୪୦ ଟଙ୍କାରେ ପହଞ୍ଚିଛି। ବାଲେଶ୍ୱରର ଜଣେ ବାସିନ୍ଦା କହିଛନ୍ତି, ଆମେ ଏବେ ୮୦ରୁ ୧୦୦ ଟଙ୍କା ଦରରେ ଡାଳିମ୍ବ କିଣୁଛୁ ଏବଂ ଆମ୍ବ ଦର ୮୦ରୁ ୧୦୦ ଟଙ୍କା ରହିଛି।
ଅର୍ଥାତ୍ ସାବିତ୍ରୀ ପୂଜାରେ ବିଭିନ୍ନ ପ୍ରକାରର ଫଳର ବ୍ୟବହାର ହୋଇଥାଏ । ମହିଳାମାନେ ଉପବାସ କରିଥାନ୍ତି । ଏପରି ସ୍ଥିତିରେ ଯଦି ଜଣେ ଶାଶୂ, ଶ୍ବଶୂର ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କୁ ମିଶାଇ ପରିବାରର ୬ ଜଣ ଯଦି ସଦସ୍ୟ ହୁଅନ୍ତି ତାହାଲେ ସବୁଥିରୁ କିଲେ ଲେଖାଏଁ ଫଳ କିଣିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରାୟତଃ ହଜାରେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
Comments are closed.