ଭୁବନେଶ୍ୱର: କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର 9 ଟଙ୍କାରୁ ଅଧିକ ଏବଂ ଡିଜେଲ ଦର 7 ଟଙ୍କାରୁ ଅଧିକ ହ୍ରାସ ପାଇଛି। ଏହାପରେ ବିଭିନ୍ନ ଜିନିଷର ଦର ଦାମ କମୁଛି । ଏହି କ୍ରମରେ ରାଜ୍ୟରେ ବସ ଭଡା ମଧ୍ୟ କମିଛି ।
- ସାଧାରଣ ବସ୍ ଭଡା କିଲୋମିଟର ପିଛା 92 ପଇସାରୁ କମି 89 ପଇସାକୁ ହ୍ରାସ ପାଇଛି।
- ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା 96 ପଇସାରୁ କମି 93 ପଇସା ହୋଇଛି ।
- ଡିଲକ୍ସ ବସ ଭଡା କିଲୋମିଟର ପିଛା 1.35 ପଇସାରୁ ହ୍ରାସ ପାଇ 1.29 ପଇସା ହୋଇଛି।
- ଏସି ଡିଲକ୍ସ ଭଡା କିଲୋମିଟର ପିଛା 1.63 ପଇସାରୁ ହ୍ରାସ ପାଇ 1.57 ପଇସା ହୋଇଛି।
- ସୁପର ପ୍ରିମିୟମ୍ ଭଡା କିଲୋମିଟର ପିଛା 2.53 ରୁ 2.44 ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି ।
ଉଲ୍ଲେଖଯୋଗ୍ୟ, କଟକ-ଭୁବନେଶ୍ୱର-ଖୋର୍ଦ୍ଧା-ପୁରୀ ଏହି ଚାରି ସ୍ଥାନକୁ ପ୍ରାୟତଃ ପ୍ରତିଦିନ ଯିବା ଆସିବା ପାଇଁ ସାଧାରଣ ଲୋକେ ବସକୁ ବ୍ୟବହାର କରନ୍ତି। ସେହିପରି ଅଫିସ କିମ୍ବା ଅନ୍ୟାନ୍ୟ କାମ ପାଇଁ ବସ ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ପାଇଁ ଟିକିଏ ଆଶ୍ୱସ୍ତି ଆଣିଦେଇଛି।
Comments are closed.