Latest Odisha News

BREAKING NEWS

ବାତ୍ୟା ‘ବାୟୁ’ ପ୍ରଭାବରେ ଓଡ଼ିଶାରେ ମୌସୁମୀ ଆସିବା ବିଳମ୍ବ, ଅସହ୍ୟ ହେଉଛି ତାତି

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ଓଡ଼ିଶା ସିଝୁଥିବା ବେଳେ ଆସନ୍ତା ତିନିଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଉତ୍ତାପ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏନେଇ ରାଜ୍ୟର ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ରାଜ୍ୟର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ମଙ୍ଗଳବାର ଦିନ ୪୦.୩ ଡ଼ିଗ୍ରୀ ସେଲସିୟସ ଥିଲାବେଳେ ବୁଧବାର ଦିନ ତାପମାତ୍ରା ବୃଦ୍ଧି ଘଟିଛି, ଆଜି ରାଜଧାନୀର ତାପମାତ୍ରା ୨ ଡ଼ିଗ୍ରୀ ବୃଦ୍ଧି ପାଇ ୪୨.୪ରେ ପହଞ୍ଚିଛି ।

ରାଜ୍ୟର ସମ୍ବଲପୁରରେ ତାପମାତ୍ରା ବୃଦ୍ଧି ଘଟି ସର୍ବାଧିକ ୪୫.୬ ଡ଼ିଗ୍ରୀରେ ପହଞ୍ଚିଛି । ଅନ୍ୟଯେଉଁ ସବୁ ସ୍ଥାନମାନଙ୍କରେ ୪୫ ଡ଼ିଗ୍ରୀ ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ସେହି ସହରଗୁଡ଼ିକ ହେଲା – ତାଳଚେର (୪୫.୩), ହୀରାକୁଦ (୪୫.୨), ସୋନପୁର (୪୫.୨), ଝାରସୁଗୁଡ଼ା (୪୫) ଏବଂ ଟିଟିଲାଗଡ଼ର ତାପମାତ୍ରା (୪୫) ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ଏହାବ୍ୟତୀତ ଯେଉଁସବୁ ସହରଗୁଡ଼ିକରେ ତାପମାତ୍ରା ୪୦ ଡ଼ିଗ୍ରୀ ବା ତାଠାରୁ ଅଧିକ ରେକର୍ଡ଼ କରାଯାଇଛି ସେହିସବୁ ସ୍ଥାନ ଗୁଡ଼ିକ ହେଲା – ଚାନ୍ଦବାଲି (୪୦.୮), କଟକ (୪୦.୫), ଭୁବନେଶ୍ୱର (୪୨.୪), ଅନୁଗୁଳ (୪୩.୯), କେନ୍ଦୁଝର (୪୦.୯), ସୁନ୍ଦରଗଡ଼ (୪୪.୫), ଭବାନୀପାଟଣା (୪୧.୮), ବଲାଙ୍ଗୀର (୪୨.୫) ଓ ମାଲକାନଗିରି (୪୨.୬) ଡ଼ିଗ୍ରୀ ସେଲସିୟସ ତାପମାତ୍ରା ।

Leave A Reply

Your email address will not be published.