ଜାକର୍ତା: ଏସିଆ କପ ହକିରେ ଏଥର ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଛି । ପ୍ରଥମ କ୍ୱାର୍ଟରର ୭ମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ରାଜକୁମାର ପାଲ କରିଥିଲେ । ଏହା ପରେ ଉଭୟ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ଫାଇନାଲ ମ୍ୟାଚ ଦକ୍ଷିଣ କୋରିଆ ଓ ମାଲେସିଆ ମଧ୍ୟରେ ଖେଳାଯିବ । ୨୦୧୭ରେ ଖେଳା ଯାଇଥିବା ପୂର୍ବ ମୁକାବିଲାରେ ମାଲେସିଆକୁ ୨-୧ ଗୋଲରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା ।
୨୦୧୩, ୨୦୦୭, ୨୦୦୩, ୧୯୯୪, ୧୯୮୯, ୧୯୮୫ ଓ ୧୯୮୨ରେ ଭାରତ ଫାଇନାଲରେ ପ୍ରବେଶ କରିଥବା ବେଳେ ୨୦୧୭, ୨୦୦୭ ଓ ୨୦୦୩ ଚାମ୍ପିୟନ ହୋଇଥିଲା । ବୀରେନ୍ଦ୍ର ଲାକ୍ରାଙ୍କ ନେତୃତ୍ୱରେ ଭାରତର ଯୁବ ବାହିନୀ ଭଲ ପ୍ରଦର୍ଶନ କରିଥିଲେ ।
Comments are closed.