Latest Odisha News

ଏଏନ୍-୩୨ ବିମାନର ସମସ୍ତ ବ୍ୟକ୍ତି ମୃତ, ସ୍ପଷ୍ଟ କଲା ଭାରତୀୟ ବାୟୁସେନା

ଭୁବନେଶ୍ୱର : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷ ନିକଟରେ ଠାବ କରାଯାଇଥିବାବେଳେ ଏଥିରେ ଥିବା ସମସ୍ତ ୧୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଗୁରୁବାର ଦିନ ଜଣାପଡିଛି।

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ସୁନିତ ମହାନ୍ତି ରହିଛନ୍ତି।

ଏନେଇ ଟ୍ୱିଟ୍ କରିଛି ଭାରତୀୟ ବାୟୁସେନା (ଆଇଏଏଫ୍) ।

ପ୍ରାପ୍ତ ସୂଚନାନୁଯାୟୀ ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରେ ଥିବା ଯାତ୍ରୀଙ୍କ ସନ୍ଧାନ କରିବାକୁ ଏକ ୮ ଜଣିଆ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ । ପରେ ଏନେଇ ଅନୁସନ୍ଧାନ ଜାରି ହୋଇଥିବାବେଳେ ଭାରତୀୟ ବାୟୁସେନା ପକ୍ଷରୁ ଏଭଳି ସୂଚନା ମିଳିଛି ।

ଅଧିକ ପଢନ୍ତୁ: ମିଳିଲା ନିଖୋଜ ବାୟୁସେନା ବିମାନର ଭଗ୍ନାବଶେଷ

ଓଡିଶାର ପୁଅ ସୁନିତଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ବଲିପାଲ୍ଲୀ ଗ୍ରାମ ହୋଇଥିବା ନେଇ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏହି ଏଏନ୍- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍ ଅଭିମୁଖେ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ପରେ ବିମାନଟି ନିଖୋଜ ହୋଇଯାଇଥିଲା ।

Leave A Reply

Your email address will not be published.