Latest Odisha News

BREAKING NEWS

ଭାଷା ଭାଗବତ : ଲିପି ଲେଖା ପଦ୍ଧତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୬   

ଦୁଇ ବର୍ଣର ଭେଦ ଦେଖି
ଶିଶୁ ପାରେ ସହଜେ ଲେଖି
ଦ : ହ, ମ : ସ ଓ ଳ : ଲ, ବ : କ
ନିଠେଇ ଥରଟିଏ ଦେଖ

ବର୍ଣର ରୂପରେଖ ଜ୍ଞାନ
ମନରେ ରହେ ସବୁଦିନ
ବାସ୍ତବ ପଠନ ଲିଖନ
ହୁଏ ଆମୋଦ ପରିପୂର୍ଣ

ଅ : ଆ, ଇ : ଈ ଓ ଏ : ଐ, ଘ : ଦ୍ଦ
ସ୍ପଷ୍ଟ ଦେଖାଏ ଲେଖା ଭେଦ
ତା’ ବୁଝି କଲେ ରେଖାଂକନ
ଶିଶୁଂକୁ ମିଳେ ଲିପି ଜ୍ଞାନ

ଡ : ଉ, ଡ : ଙ ଓ ର : ଋ, ଗ : ଶ
ଭେଦ ତ କରଂତି ପ୍ରକାଶ
ଏପରି ଲିଖନ କୌଶଳ
ବଢ଼ାଏ ଶିଶୁ ମନୋବଳ

ପୂର୍ବ ପଦ୍ଧତି ସହ ଲାଖି
ବିଶେଷ କିଛି ମିଳିଛି କି ?
କରିଲେ ଏବେ ବିଶ୍ଳେଷଣ
ସଂଭବ ନୂଆ ଜାଗରଣ

ଅଛି ନିଶ୍ଚିତ ସମାଧାନ
ତେବେ ବି ସ୍ବଭାଷୀଂକ ମନ
ପରଂପରା ରଶିରେ ଛଂଦି
ରଖଂତି ସ୍ବଲିପିକୁ ବାଂଧି

ଏପରି ବଂଧନ ମୋଚନ
ନିମଂତେ ଦେଲେ ଏବେ ଧ୍ୟାନ
ସ୍ବଭାଷା ହେବ ଧାବମାନ
ପାଇବ ଯଥାର୍ଥ ସମ୍ମାନ

 

Comments are closed.