Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକର ବିକ୍ରୟ ପାଇଁ ବିତରକ ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକଗୁଡ଼ିକ ବିକ୍ରି କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା ଓ ସବଡିଭିଜନରେ ଅବସ୍ଥାପିତ ବହି ଦୋକାନକୁ ଦାୟିତ୍ୱ ଅର୍ପଣ କରିବାକୁ ଏକାଡେମୀ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଦୋକାନୀମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ପାଳନ କରିବାକୁ ହେବ। ଯେପରିକି : –

★ ପ୍ରତ୍ୟେକ ଜିଲ୍ଲା ପାଇଁ କେବଳ ଜଣେ ବିତରକ ଆବଶ୍ୟକ ।

★ ଆଗ୍ରହୀ ବିତରକଙ୍କ ପୁସ୍ତକ ବିକ୍ରୟ କେନ୍ଦ୍ର ଜିଲ୍ଲାର ମୁଖ୍ୟସ୍ଥଳରେ ରହିବା ଆବଶ୍ୟକ।

★ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଥିବା ଜିଲ୍ଲାସ୍ତରୀୟ ସମସ୍ତ ପୁସ୍ତକ ମେଳାରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ହେବା ଆବଶ୍ୟକ।

★ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକ ସେହି ବିକ୍ରୟ କେନ୍ଦ୍ରରେ ପ୍ରାପ୍ତ ହେଉଛି ବୋଲି ଏକ ସ୍ଥାୟୀ ବୋର୍ଡ଼ ବା ବ୍ୟାନର ଦୋକାନ ଆଗରେ ଏବଂ ପୁସ୍ତକ ମେଳାରେ ଲଗାଇବା ଆବଶ୍ୟକ।

★ ଏକାଡେମୀ ପକ୍ଷରୁ ରିହାତି ସହ ଦିଆ ଯାଇଥିବା ସମସ୍ତ ପୁସ୍ତକର ମୂଲ୍ୟ ପ୍ରଦାନ କରିବା ଆବଶ୍ୟକ।

★ ଭୁବନେଶ୍ୱର ପୁସ୍ତକ ମେଳାରେ ଏକାଡେମୀ ଅଂଶ ଗ୍ରହଣ କରୁଥିବାରୁ ଉକ୍ତ ଜିଲ୍ଲାର ବିତରକ ଏହି ମେଳାରେ ଏକାଡେମୀ ପ୍ରକାଶିତ ପୁସ୍ତକ ପ୍ରଦର୍ଶିତ କରିପାରିବେ ନାହିଁ।

ଉପରୋକ୍ତ ସମସ୍ତ ସର୍ତ୍ତାବଳୀ ଗ୍ରହଣ ସହ ଆଗ୍ରହୀ ବିତରକମାନେ ଏକାଡେମୀ ସହିତ ଯୋଗାଯୋଗ କରିପାରିବେ ବୋଲି ଏକାଡେମୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.