Latest Odisha News

BREAKING NEWS

ଘୋଷଣାରେ ରହିଗଲା ରାଜ୍ୟ ସରକାରଙ୍କ ବ୍ରିଜ କୋର୍ସ ପାଠପଢ଼ା, ଆଜିଠୁ ଖରା ଛୁଟି

ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ପିଲାମାନେ ଠିକ୍ ଭାବେ ପାଠ ପଢ଼ି ନାହାନ୍ତି। ଏବେ କିନ୍ତୁ ସ୍କୁଲ ଖୋଲିଛି। ହେଲେ ଯେଉଁ ପାଠ ପଢି ନାହାନ୍ତି ତାକୁ ପିଲାମାନେ କିପରି ପଢିବେ ଚିନ୍ତା କରି ରାଜ୍ୟ ସରକାର ବ୍ରିଜ୍ କୋର୍ସ ପାଠ ପଢ଼ା ହେବ ବୋଲି ଘୋଷଣା କରିଥିଲେ। ଆଉ ଏଥିପାଇଁ ଗ୍ରୀଷ୍ମ ଛୁଟି ବାତିଲ ହୋଇଥିଲା। କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଏହି ବାତିଲ ହୋଇଥିଲା ତାହା ଏଯାଏ ପୂରଣ ହୋଇପାରିଲା ନାହିଁ କି ଏହାର ସ୍ୱତନ୍ତ୍ର ପୁସ୍ତିକା ବି ପିଲାଙ୍କ ପାଖରେ ପହଞ୍ଚିପାରିଲା ନାହିଁ।

ଶୈଷିକ ପୁନରୁଦ୍ଧାର ଯୋଜନା (ଏଲଆରପି)ରେ ବ୍ରିଜ୍ କୋର୍ସ ବାହାରିଥିଲା। ବିଭାଗ ପକ୍ଷରୁ କୌଣସି ପୂର୍ବ ପ୍ରସ୍ତୁତି ନଥିଲା। ତେଣୁ ଛପା ହେବାକୁ ଥିବା ପୁସ୍ତିକା କେବଳ ଘୋଷଣାରେ ହିଁ ରହିଗଲା। ତେବେ ଖରାଛୁଟି ବାତିଲ କରି ମେ 2ରୁ ଜୁନ 4 ଯାଏ ପିଲାଙ୍କୁ ବ୍ରିଜ କୋର୍ସରେ ପାଠ ପଢା କିପରି ହେବ ସେ ନେଇ ରଣନୀତି ତିଆରି ହୋଇଥିଲା। ଜିଲ୍ଲା ସ୍ତରରେ କିଭଳି ଏହାର ମନିଟରିଂ ହେବ ସେ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଡିଇଓଙ୍କଠାରୁ ଆରମ୍ଭ କରି ବିଇଓ, ସିଆରସି ଓ ପ୍ରଧାନ ଶିକ୍ଷକଙ୍କ ପର୍ଯ୍ୟନ୍ତ ସଭିଙ୍କୁ ଏହାର ଦାୟିତ୍ୱ ଦିଆଯାଇଥିଲା। ଆଉ ଏହି ହିସାବରେ ମେ ମାସରେ ତୃତୀୟରୁ ଏକାଦଶ ଶ୍ରେଣୀର ପିଲାମାନେ ଗତ ଦୁଇ ବର୍ଷର ପୁରୁଣା ପାଠ ପଢ଼ିଥାନ୍ତେ।

ହେଲେ ଜୁନ୍ 4 ସରିଗଲା ପଛେ ଏପର୍ଯ୍ୟନ୍ତ ପିଲାଙ୍କ ପାଖରେ ବ୍ରିଜ କୋର୍ସରେ ବହି ପହଞ୍ଚିପାରିଲାନି। ଅନ୍ୟପଟେ ଆଜିଠାରୁ ସ୍କୁଲ ଗୁଡିକରେ ଆଜିଠାରୁ ଖରା ଛୁଟି ପଡିଛି। 17 ତାରିଖରେ ସ୍କୁଲ ଖୋଲିଲେ ପିଲା ନୂଆ ପାଠ ପଢ଼ିବେ ନା ଏହି ପୁରୁଣା ପାଠ ପଢିବେ ସେ ନେଇ ଅଭିଭାବକ ମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Comments are closed.