Latest Odisha News

BREAKING NEWS

ଟଳିଲା ଅଘଟଣ, IED ଉଦ୍ଧାର କରି ନିଷ୍କ୍ରିୟ କଲେ ବିଏସଏଫ ଯବାନ

କୋରାପୁଟ: ବିଏସଏଫ୍ ଯବାନଙ୍କୁ ସଫଳତା । ଯାଞ୍ଚ ବେଳେ ମିଳିଲା ଆଇଇଡି । ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୫୧ ବାଟାଲିୟନର ବିଏସଏଫ୍ ଯବାନ ୩୨୬ ନମ୍ବର ଜାତୀଯ ରାଜପଥ କଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ମନ୍ତ୍ରିଆମରୁ ଗୋବିନ୍ଦପାଲୀ ମଧ୍ୟରେ ମାଟି ଖୋଳା ଯାଇଥିବା ଦେଖିବାକୁ ମିଳିଥିଲା । ସନ୍ଧାନୀ କୁକୁର ଓ ମାଇନ୍ ଡିଟେକ୍ଟର ସାହାଯ୍ୟରେ ଖୋଜିବା ବେଳେ ମିଳିଥିଲା ଆଇଇଡି ।

ଯବାନ ଏନେଇ ବିଏସଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଥିଲେ । ଘଟଣାସ୍ଥଳକୁ ଅଧିକ ଫୋର୍ସ ଆସିବା ସହ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ସେଠାରୁ ଗୋଟିଏ ଆଇଇଡି ସହ ଆଉ ଡମି ମିଳିଛି । ବିଏସଏଫ୍ ଯବାନ ଆଇଇଡିକୁ ନିଷ୍କ୍ରିୟ କରି ଦେଇଛନ୍ତି ।

Leave A Reply

Your email address will not be published.