Latest Odisha News

BREAKING NEWS

ବହୁତ ହୋଇଗଲା ପ୍ରେମ, ଏଥର ବିବାହ କରିବେ ନୟନ୍ଥରା

ବିବାହ ପାଇଁ ମହାବଳୀପୁରମର ଏକ ଛୋଟ ରିସର୍ଟ ମଧ୍ୟ ବୁକ୍ ହୋଇସାରିଛି

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଚେହେରା ନୟନ୍ଥରା । ଦିନେ ସେ ସାଜିଥିଲେ ଡିରେକ୍ଟର୍‌, ଆକ୍ଟର୍ ତଥା କୋରିଓଗ୍ରାଫର୍ ପ୍ରଭୁଦେବାଙ୍କ ପ୍ରେମିକା । ହେଲେ ସେ ଆଉ କାହାରି ପ୍ରେମିକା ହୋଇ ରହିବାକୁ ଚାହୁଁନାହାନ୍ତି । ଶେଷରେ ସେ ନେଇଛନ୍ତି ବିବାହ କରିବାକୁ ନିଷ୍ପତ୍ତି ।

ଆଉ ମାତ୍ର କେଇଟା ଦିନ ପରେ ଜୁନ୍ ୯ ତାରିଖ ଗୁରୁବାର ଦିନ ବିବାହ କରିବେ ନୟନ୍ଥରା । ଏଥିପାଇଁ ମହାବଳୀପୁରମର ଏକ ଛୋଟ ରିସର୍ଟ ମଧ୍ୟ ବୁକ୍ ହୋଇସାରିଛି । ପରିବାର ଲୋକଙ୍କୁ ବାଦ୍ ଦେଲେ କେବଳ ନିକଟତର ବନ୍ଧୁମାନଙ୍କୁ ଏହି ବିବାହରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି ।

କାହାକୁ ବିବାହ କରିବେ ନୟନ୍ଥରା ?

ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ ଲିରିସିଷ୍ଟ ଭିଗ୍ନେଶ ଶିଭନଙ୍କ ରିଅଲ୍ ଲାଇଫ୍ ସ୍ତ୍ରୀ ସାଜିବେ ସାଉଥ୍ ଇଣ୍ଡିଆନ୍ ସିନେମାର ଲିଡିଂ ଲେଡି ନୟନ୍ଥରା । ପ୍ରଥମେ ଦୁହିଁଙ୍କ ବିବାହ ତିରୁପତି ମନ୍ଦିରରେ ହେବା ନେଇ ଧାର୍ଯ୍ୟ ହୋଇଥିଲା । ହେଲେ ପରିବାର ଲୋକଙ୍କୁ ତିରୁପତି ଆଣିବାରେ ସମସ୍ୟା ହେବାରୁ ଉଭୟ ଭିଗ୍ନେଶ ଓ ନୟନ୍ଥରା ମହାବଳୀପୁରମରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ନୟନ୍ଥରା ନିଜ ବିବାହର ଭିଡିଓ ରାଇଟ୍ସକୁ ମୋଟା ଅଙ୍କର ଅର୍ଥ ବନିମୟରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ଅଗ୍ରୀମ ଆକାରରେ ବିକ୍ରୟ କରିସାରିଛନ୍ତି । ଏହି ବିବାହକୁ ଫିଲ୍ମ ମେକର୍ ଗୌତମ ମେନନ ଡକ୍ୟୁମେଣ୍ଟାରୀ ଷ୍ଟାଇଲରେ ସୁଟ୍ କରିବା ନେଇ ଖବର ରହିଛି ।

 

Leave A Reply

Your email address will not be published.