Latest Odisha News

BREAKING NEWS

ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ନାମାଙ୍କନ ଆରମ୍ଭ

ରାଷ୍ଟ୍ରୀୟ ପୁରସ୍କାର ପାଇଁ ଆରମ୍ଭ ହେଲା ପୋର୍ଟାଲ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ. ବିଭାଗ, ଏଜେନ୍ସି ଗୁଡିକ ଦ୍ୱାରା ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଏବଂ ଅସାଧାରଣ ଅବଦାନ ରଖିଥିବା ନାଗରିକ ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଅନେକ ନାଗରିକ ପୁରସ୍କାର ଗୁଡିକର ସ୍ଥାପନା କରା ଯାଇଛି । ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ ଆମନ୍ତ୍ରିତ କରିବା ପାଇଁ, ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ (https://awards.gov.in) ବିକଶିତ କରା ଯାଇଛି । ଫଳରେ ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ , ବିଭାଗ , ଏଜେନ୍ସି ଗୁଡିକର ସମସ୍ତ ପୁରସ୍କାର ପ୍ରଦାନ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଜନସାଧାରଣଙ୍କର ସହଭାଗୀତା (ଜନଭାଗୀଦାରୀ) ସୁନିଶ୍ଚିତ କରିବା ନିମନ୍ତେ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମ (ମଂଚ) ଅଧୀନରେ ଏକା ସହିତ ଅଣା ଯାଇପାରିବ । ଏହି ପୋର୍ଟାଲ୍‌ର ଉଦ୍ଦେଶ୍ୟ ହେଉଛି ନାଗରିକ ମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ଗୁଡିକ ନିମନ୍ତେ ବ୍ୟକ୍ତି ମାନଙ୍କୁ/ ସଙ୍ଗଠନ ମାନଙ୍କୁ ନାମାଙ୍କିତ କରିବାର ସୁବିଧା ପ୍ରଦାନ କରିବା ।

ଏବେ, ନିମ୍ନଲିଖିତ ପୁରସ୍କାର ଗୁଡିକ ନିମନ୍ତେ ନାମାଙ୍କନ , ସୁପାରିଶ ଖୋଲା ରହିଛି:

(କ) ପଦ୍ମ ପୁରସ୍କାର – ନାମାଙ୍କନ ୧୫/୦୯/୨୦୨୨ ପର୍ଯ୍ୟନ୍ତ

(ଖ) ସର୍ଦ୍ଦାର ପଟେଲ୍ ଜାତୀୟ ଏକତା ପୁରସ୍କାର – ନାମାଙ୍କନ ୩୧/୦୭/୨୦୨୨ ପର୍ଯ୍ୟନ୍ତ

(ଗ) ତେନଜିଂ ନର୍ଗେ ଜାତୀୟ ସାହସିକ ପୁରସ୍କାର -ନାମାଙ୍କନ ୧୬/୦୬/୨୦୨୨ ପର୍ଯ୍ୟନ୍ତ

(ଘ) ଜୀବନ ରକ୍ଷା ପଦକ ଶୃଙ୍ଖଳା ପୁରସ୍କାର – ନାମାଙ୍କନ ୩୦/୦୯/୨୦୨୨ ପର୍ଯ୍ୟନ୍ତ

(ଙ) ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୂରସଂଚାର କୌଶଳ ଉତ୍କୃଷ୍ଟତା (ଟେଲିକମ୍ ସ୍କିଲ୍ ଏକ୍ସଲେନ୍ସ) ପୁରସ୍କାର – ନାମାଙ୍କନ ୧୬/୦୬/୨୦୨୨ ପର୍ଯ୍ୟନ୍ତ ଖୋଲା ରହିଛି ।

Comments are closed.