Latest Odisha News

BREAKING NEWS

ସମ୍ବଲପୁରରେ ଗୁଳିକାଣ୍ଡ : ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ଆହତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କ୍ଷେତ୍ରରାଜପୁର ଥାନା ଅନ୍ତର୍ଗତ ଷ୍ଟେସନପଡ଼ା ନିକଟରେ ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।

ଅଜଣା ଦୁର୍ବୃତ୍ତର ଗୁଳିକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଣେଶ ଜଗଦ୍ଦଳ ଏବଂ ତାଙ୍କ ଡ଼ାହାଣ ଗୋଡ଼ ଜଙ୍ଘରେ ଗୁଳି ବାଜିଛି ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଗୁଳିମାଡ଼ରେ ରକ୍ତସ୍ରାବ ଜନିତ ଗୁରୁତର ଆହତ ହୋଇପଡ଼ିଥିବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପୋଲିସ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ଲୋକଙ୍କୁ ପଚରାଉଚରା କରୁଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ବୁଣ୍ଟା ସୁନା ନାମକ ବ୍ୟକ୍ତି ଶତ୍ରୁତା କାରଣରୁ ଏହି କାଣ୍ଡ କରିଥାଇପାରେ ।

Leave A Reply

Your email address will not be published.