Latest Odisha News

BREAKING NEWS

ପ୍ରବଳ ବର୍ଷାର ଆଶଙ୍କା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଜାରି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରବିବାର ସକାଳେ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଓଡ଼ିଶାର ଦକ୍ଷିଣ ତଟବର୍ତ୍ତୀ ଜିଲ୍ଲା ତଥା ଉପକୂଳବର୍ତ୍ତି ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏହି ବୃଷ୍ଟିପାତ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ।

ତେବେ ସୋମବାର ଠାରୁ ଓଡ଼ିଶାର ଏହିସବୁ ସ୍ଥାନ ମାନଙ୍କରେ ବୃଷ୍ଟିପାତ ବୃଦ୍ଧି ହେବାର ଆଶଙ୍କା କରିଛନ୍ତି ପାଣିପାଗ କେନ୍ଦ୍ର । ଆସନ୍ତା ଜୁଲାଇ ୧୨ ତାରିଖ ପରେ ଓଡ଼ିଶାର ପାଣିପାଗ ସାମାନ୍ୟ ବଦଳିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମଗ୍ର ଓଡ଼ିଶାରେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ୩୦% କମ୍ ବୃଷ୍ଟିପାତ ହୋଇଛି ।

Leave A Reply

Your email address will not be published.