ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଚନ୍ଦକା ଜଙ୍ଗଲ କଡ ଡ୍ରେନରୁ ମିଳିଛି ୧୦ମ ଶ୍ରେଣୀ ଛାତ୍ର ଦୈତରାଜ ନାୟକକଙ୍କ ମୃତଦେହ। ଯେକି ନିକଟରେ ଥିବା ପଣ୍ଡା ପାର୍କ ବସ୍ତିର ଯୁଦ୍ଧିଷ୍ଟିର ନାୟକଙ୍କ ପୁଅ ବୋଲି ଜଣାପଡିଛି। ତେବେ ଗଳିତ ଅବସ୍ଥାରେ ମିଳିଛି ମୃତ ଦେହ । ତେଣୁ ତାଙ୍କ ବାପା ହତ୍ୟା ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି।
୧୦ମ ଶ୍ରେଣୀରେ ପଢୁଥିବା ଏହି ଛାତ୍ର ଜଣକ ଚଳିତବର୍ଷ ୧୦ମ ପରୀକ୍ଷା ଦେଇଥିଲା। ହେଲେ ତାର ମୃତଦେହ ମିଳିବା ପରେ ଏବେ ବଢୁଛି ସସପେନସ। କାରଣ ଗତ ୧୩ତାରିଖରେ ତାଙ୍କ ବାପା ଯୁଦ୍ଧିଷ୍ଟିର ଚନ୍ଦ୍ରଶେଖରପୁର ଥାନାରେ ଏକ ରିପୋର୍ଟ ଦେଇଥିଲେ । ଯାହାକୁ ଆଧାର କରି ପୋଲିସ ଏକ ଅପହରଣ ମାମଲା ରୁଜୁ କରି କେସ ନମ୍ବର ୨୦୨ରେ ତଦନ୍ତ କରୁଥିଲା।
ତେବେ ଏତଲା ଦାୟର ହେବାର ତିନି ଦିନ ପରେ ମୃତଦେହ ମିଳିବା ପରେ ଏବେ ବଢିଛି ଅଡୁଆ। ୧୦ମ ଶ୍ରେଣୀର ଛାତ୍ରର ମୃତ୍ୟୁକୁନେଇ ଏହା ହତ୍ୟା ନା ଦୁର୍ଘଟଣା ନା ଆତ୍ମ ହତ୍ୟା ସେ ନେଇ ପୋଲିସ ଆରମ୍ଭ ରିଛି ତଦନ୍ତ। ତେବେ ପଣ୍ଡା ପାର୍କର ଏକ ପିଲା ନିକଟରୁ ତାର ମୋବାଇଲ ଠାବ ହୋଇଥିବା ବେଳେ ଏବେ ତାର ଗଳିତ ମୃତଦେହ ମିଳିବା ଅନେକ ଦିଗକୁ ନେଇ ପୋଲିସର ସଦେହ ଘେର ବଢିଯାଇଛି।
ତାଙ୍କ ବାପାଙ୍କ ଅଭିଯୋଗ କେହି ପିଲା ତାକୁ ନେଇ ଏପରି ହତ୍ୟା କରି ଫିଙ୍ଗିଛନ୍ତି। ତେବେ ଦୈତରାଜକୁ ହତ୍ୟା କାହିଁକି କରାଗଲା ? ମିଳିଥିବା ସୂଚନାନୁସାରେ ସ୍କୁଲ ଛାତ୍ରର ପ୍ରେମକୁ ନେଇ କିଛି ବିବାଦ ରହିଥିଲା। ଏନେଇ କେହି ରାଗ ରଖି ଏପରି କିଛି ତା ସହିତ କରିଥାଅ ପାରେ ବୋଲି ସନ୍ଦେହ କରିଛନ୍ତି।
ସେହିପରି ପୋଲିସର ପ୍ରାଥମିକ ତଦନ୍ତରୁ ମଦ୍ୟ ପାନ କରି ବା ନିଶାରେ ଡ୍ରେନରେ ଗଳି ପଡିଥିବା ସଦେହ କରୁଛନ୍ତି। ତେବେ ଏଭଳି ଅନେକ ଦିଗ ସାମ୍ନାକୁ ଆସୁଥିବା ବେଳେ ଏଭଳି ଗଳିତ ମୃତଦେହ ମିଳିବା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
Comments are closed.