Latest Odisha News

BREAKING NEWS

ଯଶୱନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ, ଜୁନ୍ ୨୭ରେ ଭରିବେ ନାମାଙ୍କନ

ନୂଆଦିଲ୍ଲୀ: ବିରୋଧୀ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ । ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ବିରୋଧୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି । ସିହ୍ନା ଜୁନ୍ ୨୭ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି ।

ମଙ୍ଗଳବାର ବିରୋଧୀଙ୍କ ବୈଠକ ବସିଥିବା ବେଳେ ଯଶୱନ୍ତ ସିହ୍ନାଙ୍କ ନାଁରେ ମୋହର ବାଜିଛି । ସିହ୍ନାଙ୍କୁ ୧୯ଟି ଦଳ ସମର୍ଥନ କରିଛନ୍ତି । ବୈଠକ ପୂର୍ବରୁ ଯଶୱନ୍ତ ସିହ୍ନା ଟ୍ୱିଟ୍ କରି ମମତା ଓ ଟିଏମସିକୁ କୃତଜ୍ଞତା ଜଣାଇଥିଲେ । ଯଶୱନ୍ତ ସିହ୍ନା ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ ।

ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ ଯଶୱନ୍ତ ସିହ୍ନା । ଯଶୱନ୍ତ ସିହ୍ନା ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ କ୍ୟାମ୍ପେନ୍ ପାଇଁ ଏକ କମିଟି ଗଠନ କରାଯାଇଛି । ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଥିବା ବେଳେ ଏବେ ସମସ୍ତଙ୍କ ନଜର ବିଜେପି ନେତୃତ୍ୱାଧୀନ ଏନଡିଏ ଉପରେ ।

Leave A Reply

Your email address will not be published.