Latest Odisha News

BREAKING NEWS

କବିତା : ଶାଗୁଣା

ଗଦାଧର ସାହୁ

ମଢ ପେଟେ ଖାଇଲେ
ଆମେ ବଞ୍ଚିବୁ ,
ତମ ପରିବେଷ
ଦିଶିବ ସ୍ଵଚ୍ଛ, ସୁନ୍ଦର ।

କେବେ ମିଳିମିଶି ଚିନ୍ତାକରିଛ
ଏବେ ଆମ ବଂଶ
ଧ୍ଵଂସ ମୁଖରେ !

ତମ ପରିବେଷର
ବି ସମାନ ଅବସ୍ଥା
ଆମ ପରି , ଆମ ପରେ ପରେ !
କି ଚିନ୍ତା କରୁଛ
ତମ ବିଜ୍ଞାନ ଯୁଗରେ
ବିକାଶ ଚର୍ଚ୍ଚା କେମିତି କେଜାଣି ?

ନା’ ଆମ ଧ୍ଵଂସ ମୁଖୀ ବଂଶ
ବୃଦ୍ଧି କରିପାରୁଛ ?
ନା’ ତମ ବୃଦ୍ଧି ପାଉଥିବା ବଂଶ
ଧ୍ଵଂସ ମୁଖରୁ ବଞ୍ଚାଇ ପାରୁଛ ?

Leave A Reply

Your email address will not be published.