Latest Odisha News

BREAKING NEWS

ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ସମସ୍ତ ଦିଗ ଉପରେ ନଜର ରଖିଛୁ : ପୂର୍ବତନ ମନ୍ତ୍ରୀ

ମୁମ୍ବାଇ: ମଙ୍ଗଳବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ସରକାର ଗଠନର ସମ୍ଭାବନା ଖୋଜୁଛି। ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଶାସକ ମହା ବିକାଶ ଅଘାଡିରେ ସଙ୍କଟ ଦେଖାଦେଇଥିବା ବେଳେ ଦଳୀୟ ନେତାମାନେ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକାଧିକ ବୈଠକ କରୁଛନ୍ତି ବୋଲି ନିଜ ନାମ ଗୋପନ ରଖି ଖବର ସରବରାହ ସଂସ୍ଥା ପିଟିଆଇକୁ ଏକଥା କହିଥିବା ସୂଚନା ରହିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସରକାରରେ ମନ୍ତ୍ରୀ ଭାବେ କାମ କରିଥିବା ଏହି ନେତା କହିଛନ୍ତି ଯେ କିଭଳି ବିନା କୌଣସି ବାଧକରେ ଏଠାରେ ସରକାର ହସ୍ତାନ୍ତର ହୋଇପାରିବ ସେ ନେଇ ବିଜେପି ସମସ୍ତ ଦିଗ ଉପରେ ନଜର ରଖିଛି।

ଦଳବଦଳ ବିରୋଧୀ ଆଇନ ଏବଂ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମ୍ଭାବନାକୁ ଏଡ଼ାଇବା ପାଇଁ ଯଦି ସେ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ସଂଗ୍ରହ କରିବାରେ ବିଫଳ ହୁଅନ୍ତି ତେବେ ସିନ୍ଦେ ଏବଂ ତାଙ୍କ ଅନୁଗତ ବିଧାୟକ ଅଯୋଗ୍ୟ ହେବାର ସମ୍ଭାବନା ବିଷୟରେ ପଚରାଯାଇଥିଲା, ଜବାବରେ ବିଜେପି ନେତା କହିଛନ୍ତି ଯେ ତାଙ୍କ ଦଳ ବର୍ତ୍ତମାନ ଆଗୁଆ ନିର୍ବାଚନ ସପକ୍ଷରେ ନାହିଁ, ଯେହେତୁ ଏହା ଏକ ବ୍ୟୟବହୁଳ ବ୍ୟାପାର ।

ଗତକାଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ଯେ ଯଦି ସିନ୍ଦେଙ୍କ ଠାରୁ ସରକାର ଗଠନ ପାଇଁ ପ୍ରସ୍ତାବ ଆସେ ତେବେ ବିଜେପି ବିଚାର କରିବ। ସଂଖ୍ୟା ଦୃଷ୍ଟିରୁ ୨୮୮ ସଦସ୍ୟ ବିଶିଷ୍ଟ ଗୃହରେ ବିଜେପିର ୧୦୬ ଜଣ ବିଧାୟକ ଥିବା ବେଳେ ବର୍ତ୍ତମାନ  ଏଠାରେ ସଦସ୍ୟ ସଂଖ୍ୟା ୨୮୫ରେ ରହିଛି।

ସୋମବାର ରାତିରେ ଏମଏଲସି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ବିଜେପି ୧୩୪ଟି ଭୋଟ୍ ହାସଲ କରିବାରେ ସଫଳ ହୋଇଛି। ରାଜ୍ୟସଭା ନିର୍ବାଚନରେ ଆମେ ୧୨୩ ବିଧାୟକଙ୍କ ପ୍ରଥମ ପସନ୍ଦର ଭୋଟ୍ ଜିତିବାରେ ସଫଳ ହୋଇଥିଲେ କିନ୍ତୁ ଚଳିତ ନିର୍ବାଚନରେ ଆମେ ୧୩୪ ଭୋଟ୍ ଜିତିବାରେ ସଫଳ ହୋଇଛୁ। ଏହା ରାଜ୍ୟ ସରକାରଙ୍କ ବିରୋଧରେ ବିଧାୟକମାନଙ୍କ ମଧ୍ୟରେ ଅଶାନ୍ତିର ସଙ୍କେତ ବୋଲି ଫଡନାଭିସ୍ ଗଣମାଧ୍ୟମକୁ କହିଥିଲେ। ଏଥିପାଇଁ ସେ ସମସ୍ତ ସ୍ୱାଧୀନ ବିଧାୟକ ଏବଂ ଛୋଟ ଦଳକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.