Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ: ଏକନାଥଙ୍କ ସହ ଶିବସେନାର ୪୦ ବିଧାୟକ !

ଗୌହାଟି: ମହାରାଷ୍ଟ୍ରରେ ଶାସକ ଦଳରେ ବିଦ୍ରୋହ । ଶିବସେନାର ୪୦ ବିଧାୟକ ସୁରତରୁ ଆସି ଗୌହାଟିରେ ପହଁଚିଛନ୍ତି। ଏକ ସ୍ୱତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଏହି ବିଧାୟକ ଆସି ଆସାମରେ ପହଁଚିଛନ୍ତି। ଗୌହାଟିରେ ପହଞ୍ଚିବାପରେ ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ସହିତ ଏଠାରେ ୪୦ ବିଧାୟକ ରହିଛନ୍ତି।

ସୁରତରେ ବିମାନରେ ଚଢ଼ିବା ପୂର୍ବରୁ ସିନ୍ଦେ କହିଛନ୍ତି ଯେ ଶିବସେନା ବିଧାୟକମାନେ ଦଳ ବିରୋଧରେ ବିଦ୍ରୋହ କରି ନାହାନ୍ତି । କିନ୍ତୁ ସେ ନିଜେ ଏବଂ ଶିବସେନା ବିଧାୟକମାନେ ଚାହୁଁଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସହ ମିଳିତ ସରକାର ଗଠନ କରନ୍ତୁ। ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଥିଲେ ଏବଂ “ଜୟ ମହାରାଷ୍ଟ୍ର ଏବଂ ଗରଭ ସେ କାହୋ ହମ ହିନ୍ଦୁ ହୈ” ସ୍ଲୋଗାନ ଦେଇଥିଲେ।

ଶିବସେନାର ବିଧାୟକମାନେ ଦଳର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଦ୍ୱାରା ସ୍ଥାପିତ ଆଦର୍ଶ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିଛନ୍ତି ବୋଲି ସିନ୍ଦେ କହିଛନ୍ତି ଏବଂ ଶିବସେନା ବିଧାୟକମାନେ ଦଳ ବିରୁଦ୍ଧରେ ବିଦ୍ରୋହ କରି ନାହାନ୍ତି।

ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ଗୋଷ୍ଠୀର ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟାରେ ସେମାନେ ମୁମ୍ବାଇ ଛାଡି ଚାଲିଯିବା ପରେ ସେମାନେ ଆଉ କିଛି ବିଧାୟକଙ୍କ ସହ ଯୋଗଦେବାକୁ ଅପେକ୍ଷା କରିଛନ୍ତି।

ସୂଚନାନୁସାରେ, ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୩୭ ରେ ପହଞ୍ଚିଛି ଏବଂ ବୁଧବାର ଦିନ ଦୁଇରୁ ତିନି ଜଣ ବିଧାୟକ ସିଧାସଳଖ ଗୌହାଟିରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ବୁଧବାର ଦିନ ପ୍ରାୟ ୨ଟା ୧୫ ସମୟରେ ବିଦ୍ରୋହୀ ଶିବସେନା ବିଧାୟକମାନେ ସୁରତ ବିମାନ ବନ୍ଦରକୁ ଆସିଥିଲେ। ବିଦ୍ରୋହୀ ଶିବସେନା ବିଧାୟକମାନଙ୍କୁ ସୁରତ ପୋଲିସ ବିମାନବନ୍ଦରକୁ ନେଇଥିଲା।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ସିନ୍ଦେ ବିଜେପି ପ୍ରତି ଢଳିଛନ୍ତି ଏବଂ ନିଜ ପାଖରେ ବିଧାୟକଙ୍କ ସମର୍ଥନ ରଖିଛନ୍ତି ଆଗାମୀ ସମୟରେ ଉଦ୍ଧବ ସରକାରକୁ ଭାଙ୍ଗିଦେଇପାରେ। କାରଣ ୨୮୮ ଆସନରୁ ସରକାର ଗଢିବାକୁ ହେଲେ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଏକାକୀ ୧୦୬ ବିଧାୟକ ରହିଛନ୍ତି। ଏବେ ସିନ୍ଦେ ଏବଂ ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ଯଦି ବିଜେପିକୁ ସମର୍ଥନ କରିବେ ତାହେଲେ ଏଠାରେ ବିଜେପି ସରକାର ଗଢିବା ଥୟ ହୋଇଯିବ।

Leave A Reply

Your email address will not be published.