କେନ୍ଦ୍ରାପଡ଼ା: ପୁଅ ପାଇଁ ଝରୁଛି ମା ଆଖିରୁ ଲୁହ । ରୋଗୀଣା ପୁଅକୁ ବଞ୍ଚେଇବା ପାଇଁ ମାଆ ଦୁଆର ଦୁଆର ବୁଲି ମାଗୁଛି ଭିଖ । ଯେଉଁ ବୟଷରେ ପିଲାମାନେ ହସିଖେଳି ବୁଲୁଛନ୍ତି ସେହି ବୟସରେ ପୁଅ ସତ୍ୟବ୍ରତ ଯନ୍ତ୍ରଣାରେ ହେଉଛି ଛଟପଟ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ, ଅହମଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ । ଫୁସଫୁସ ରୋଗରେ ପଡି ଷଷ୍ଠ ଶ୍ରେଣୀର ସତ୍ୟବ୍ରତ ଏବେ ସହିପାରୁନି କଷ୍ଟ । ଯିଏ ବି ସତ୍ୟର କଷ୍ଟକୁ ଦେଖିବ ସିଏ ଆହା ନକହି ରହିପାରିବନି ।
ଅନେକ ସମୟରେ ଛାତିଥରା କଷ୍ଟ ସହିନପାରି କାନ୍ଦୁଛି ସତ୍ୟବ୍ରତ । ଅହମଦ ପୁର ଗାଁର ରଂଜିତ ମଳିକଙ୍କ ପୁଅ ସତ୍ୟବ୍ରତ ମଳିକ, ବୟସ ବାର ବର୍ଷ, ଆଉ ପଢ଼ୁଛି ଷଷ୍ଠ ଶ୍ରେଣୀରେ । ତାର ସାଙ୍ଗମାନେ ହସଖୁସିରେ ପାଠ ପଢ଼ୁଛନ୍ତି, ଖାଉଛନ୍ତି, ବୁଲୁଛନ୍ତି , ଖେଳୁଛନ୍ତି । କିନ୍ତୁ ସତ୍ୟର ଭାଗ୍ୟରେ ଲେଖାହୋଇଛି ଦାରୁଣ ଦୁଃଖ ଯନ୍ତ୍ରଣା । ଜୀବନ ମରଣର ଦୋଛକିରେ ସେ ଖାଲି ଘାଣ୍ଟିହେଉଛି ରୋଗ ପାଇଁ । ସତ୍ୟବ୍ରତର ଫୁସଫୁସରେ ଛିଦ୍ର ହେବା ଫଳରେ ସେ ଏବେ ଭୟଙ୍କର ଯନ୍ତ୍ରଣାରେ ଛଟପଟ ହେଉଛି । କିନ୍ତୁ ଦୁଃଖର କଥା ତାର ଯନ୍ତ୍ରଣା ଉପଷମ କରିବା ପାଇଁ ସେ ପାଇପାରୁନି ଉପଯୁକ୍ତ ଚିକିତ୍ସା । କାହିଁକି ନା ତା ବାପା ମାଙ୍କ ପାଖରେ ଟଙ୍କା ନାହିଁ । ଆଉ ସେଥିପାଇଁ ସତ୍ୟବ୍ରତ ମେଡିକାଲ ଯାଇପାରୁନି ।
ସତ୍ୟର ବାପା ହେଉଛନ୍ତି ଜଣେ ଦିନ ମଜୁରିଆ । ସମ୍ଭଳ କହିଲେ, ମାସକୁ ମିଳୁଛି କେତେ କିଲୋ ମାଗଣା ଚାଉଳ । ମୁଣ୍ଡ ଗୁଞ୍ଜିବାକୁ ତିନି ପ୍ରାଣୀ କୁଟୁମ୍ବଙ୍କ ପାଇଁ ଘରଖଣ୍ଡେ ନାହିଁ । ମୁଣ୍ଡ ଉପରେ ଛପର ନାହିଁ, ପଲିଥିନ କୁ ଭରସା କରି ବଞ୍ଚିଛନ୍ତି ପରିବାର । ଆଉ ଏଭଳି ପରିସ୍ଥିତିରେ ପୁଅକୁ ଭଲ କରିବେ କେମିତି ସେ କଥା ଭାବି ଭାବି ଯାଉଛି ଦିନ । ଖାଲି କଷ୍ଟରେ ସତ୍ୟବ୍ରତ କାନ୍ଦୁନି, ତା ଦୁଃଖକୁ ଆଦରି ନେଇ ସାରା ପରିବାର ଏବେ ସତ୍ୟପାଇଁ କାନ୍ଦୁଛି । କେମିତି ପୁଅ ଭଲ ହେବ ସେଇ ଚିନ୍ତାରେ ସତ୍ୟବ୍ରତର ମା ଙ୍କ ଆଖିରୁ ବି ଶୁଖୁନି ଲୁହ ।
ଏବେ କିନ୍ତୁ ସତ୍ୟର ମାଆ ଲାଗିଛନ୍ତି ପୁଅକୁ ନିଶ୍ଚୟ ବଞ୍ଚାଇବେ । ସେଥିପାଇଁ ଘରକୁ ଘର ବୁଲି ମାଗୁଛନ୍ତି ଟଙ୍କା । କିଛି ଟଙ୍କା ହେଲେ ହସପିଟାଲରେ ଚିକିତ୍ସିତ ହେବ ସତ୍ୟବ୍ରତ । କାରଣ ସତ୍ୟବ୍ରତର ଫୁସଫୁସ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର । ତେଣୁ ଏତେବଡ଼ ବିପଦ ସମୟରେ ଏହି ପରିବାରକୁ ଆପଣମାନଙ୍କ ସହଯୋଗ ନିହାତି ଆବଶ୍ୟକ । ତେଣୁ ଆପଣ ବି ଚାହିଁଲେ ସତ୍ୟବ୍ରତର ରୋଗ ଭଲ କରିବା ପାଇଁ ଜୀବନ ବଂଚାଇବା ପାଇଁ କିଛି ଟଙ୍କା ସହଯାଗ କରିପାରିବେ ।
ଏ ହେଉଛି ସତ୍ୟବ୍ରତଙ୍କ ପରିବାରର ଆକାଉଂଟ ନମ୍ବର Ac, Number 37519335742
State bank lndia,
I F C Code.. SBINooo2039
() ଶେଷରେ ଏତିକି କୁହାଯାଇପାରେ ଯେ କେବଳ ସହଯୋଗର ହାତ ସତ୍ୟବ୍ରତ ମୁହଁରେ ହସ ଫୁଟାଇପାରିବ । ଭଗବାନଙ୍କ ସୃଷ୍ଟିରେ ଏ ସୁନ୍ଦର ଦୁନିଆରେ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମର ବି ରହିଛି ଦାୟିତ୍ବ । ତେଣୁ ସତ୍ୟବ୍ରତକୁ ଏକଲା ଛାଡିଦେବା ଠିକ୍ ହେବ ନାହିଁ । ତାର ଏଭଳି ଦୁଃଖ ସମୟରେ କିଛି ଟଙ୍କା ସହଯୋଗ କଲେ ସେ ଆରୋଗ୍ୟ ହେବା ସହ ପୁଣି ଲଢ଼ିବ ଆଉ ପଢ଼ିବ । ଦୁନିଆ ଆଗରେ ମଣିଷଟିଏ ପରି ମଣିଷ ହୋଇ ହସଖୁସିରେ ବଢ଼ିବ । ତେବେ ଆପଣ ଯଦି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରବା ପାଇଁ ଅନୁରୋଧ. Mo… 9384973054../7894695385..
Comments are closed.