Latest Odisha News

BREAKING NEWS

ବାଲେଶ୍ୱରରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ୪ ଅଟକ

ବାଲେଶ୍ୱର : ବାଲେଶ୍ୱରରେ ସହଦେବଖୁଣ୍ଟା ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଚଢାଉ କରି ମଙ୍ଗଳବାର ଦିନ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ମକସୁଦ୍ (୩୫), ଶେଖ୍ ରାଜୁ (୩୦), ଶେଖ୍ ଅବୁଶନ୍ (୨୮) ଏବଂ ଶେଖ୍ ଜାମସଦ ଅଲ୍ଲୀ (୫୩) ।

ମିଳିଥିବା ସୂଚନାନୁଯାୟୀ ସୋମବାର ବିଳମ୍ବିତ ରାତିରେ ଫୁଲାଡି ଓ ଅରଡା ବଜାର ନିକଟରେ ଚଢାଉ ବେଳେ ଅବକାରୀ ବିଭାଗ ରାସ୍ତାକଡରେ ଛିଡା ହୋଇଥିବା ଏକ କାର (ODO1W-7995) ମଧ୍ୟରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଥିଲେ । ଯାହାର ପରିମାଣ ୧.୬ କିଲୋଗ୍ରାମ ହେବ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.