Latest Odisha News

BREAKING NEWS

ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବ ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବା ରୋଗୀଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ସ୍ଥିତ ଏମ୍ସ ସହ ଓଡିଶା ସରକାର ମଙ୍ଗଳବାର ଏମଓୟୁ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସେକ୍ରେଟାରୀ ପ୍ରମୋଦ କୁମାର ମେହେର୍ଦ୍ଦା ଓ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଗୀତଞ୍ଜଳୀଙ୍କ ଉପସ୍ଥିତିରେ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସହ ଏମ୍ସ ଏହି ଚୁକ୍ତି ସ୍ୱାକ୍ଷର କରିଛି ।

ଏହି ବିଜୁ ସ୍ୱାସ୍ଥ୍ୟ ଯୋଜନା ଆଧାରରେ ଆର୍ଥିକ ଭାବେ ସ୍ୱଚ୍ଛଳ ନଥିବା ରୋଗୀଙ୍କୁ ଏହାପରଠୁ ଏମ୍ସ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବ । ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ହସ୍ପିଟାଲର ମ୍ୟାନେଜମେଣ୍ଟସହ ବୈଠକ କରି ଚର୍ଚ୍ଚା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.