Latest Odisha News

BREAKING NEWS

ଆହାର କେନ୍ଦ୍ର ସମୀକ୍ଷା କଲେ, ୫ଟଙ୍କିଆ ଭାତ ଡାଲମା ଖାଇଲେ ବିଇଏମସି କମିଶନର

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଆହାର କେନ୍ଦ୍ରଗୁଡ଼ିକରେ ଖାଦ୍ୟର ମାନ ଏବଂ ସଫେଇକୁ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଥିଲା । ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ ନିଜେ ଆହାର କେନ୍ଦ୍ରକୁ ଯାଇ ଭୋଜନ କରିବା ସହ ସମୀକ୍ଷା କରିଛନ୍ତି। ନୂଆ ବସଷ୍ଟାଣ୍ଡସ୍ଥିତ ‘ଆହାର’ କେନ୍ଦ୍ରରେ ପହଞ୍ଚିଥିଲେ ।

ଧାଡ଼ିରେ ଠିଆ ହୋଇ ୫ ଟଙ୍କାର ଟିକେଟ୍‌ କାଟିଥିଲେ । ଅନ୍ୟମାନଙ୍କ ସହ ଧାଡ଼ିରେ ଠିଆ ହୋଇ ଖାଦ୍ୟ ସଂଗ୍ରହ କରିଥିଲେ । ଭୋଜନ କରୁଥିବା ଅନ୍ୟ ଲୋକମାନଙ୍କ ସହ ଏକାଠି ବସି ନିଜେ ଭୋଜନ ଗ୍ରହଣ କରିଥିଲେ । ଏହି ସମୟରେ ସେଠାରେ ଖାଉଥିବା ଅନ୍ୟମାନଙ୍କ ସହ ଖାଦ୍ୟର ଗୁଣବତ୍ତା ଏବଂ ପରିମଳ ସଂପର୍କରେ ଆଲୋଚନା କରିଥିଲେ । ପରେ ଆହାର କେନ୍ଦ୍ରର ପରିଚାଳକଙ୍କ ସହ ବିଭିନ୍ନ ବିଷୟ ନେଇ କଥା ହୋଇଥିଲେ ।

ବିଶେଷକରି ଖାଦ୍ୟର ଗୁଣବତ୍ତାକୁ ବୃଦ୍ଧି କରିବା ସହ ସଫା ସୁତରା ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ଖାଦ୍ୟ ବିତରଣ କେନ୍ଦ୍ର ସହ ପାନୀୟ ଜଳ, ହାତ ଧୁଆ ଆଦି ବ୍ୟବସ୍ଥା ମଧ୍ୟ ଦେଖିଥିଲେ । କମିଶନର ସୋନାଲଙ୍କ ପରିଦର୍ଶନ ସମୟରେ ନିଗମ ନିର୍ବାହୀଯନ୍ତ୍ରୀ ଇଂ.ବସନ୍ତ କୁମାର ପାଢ଼ୀ ଏବଂ ସିଟି ପ୍ରୋଗାମର ଅରୁଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.