Latest Odisha News

BREAKING NEWS

କହ୍ନେୟଲାଲ ହତ୍ୟା ମାମଲା: ଦୋଷୀଙ୍କୁ ଫାଶୀ ଦେବାକୁ କହିଲେ ପତ୍ନୀ

ଉଦୟପୁର: ଉଦୟପୁରର କହ୍ନେୟଲାଲ ହତ୍ୟାକାଣ୍ଡ ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଅନ୍ତିମ ସଂସ୍କାର ବେଳେ କହ୍ନେୟଲାଲ ଅମର ରହେର ନାରାରେ ଗୁଜିଂ ଉଠିଥିଲା । କହ୍ନେୟଲାଲ ପରିବାର କାନ୍ଦି ବୋବେଇ ତଳେ ଗଡି ଯାଉଥିଲେ । ତାଙ୍କ ପତ୍ନୀ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡ ଦେବା ପାଇଁ ଅନୁରୋଧ କରିଥିଲେ । ସେମାନଙ୍କୁ ଫାଶୀ ନ ମିଳିଲେ ଅନ୍ୟମାନଙ୍କ ସାହସ ବଢ଼ିବ । ଆଜି ଆମ ଘରର ବ୍ୟକ୍ତି ମରିଛନ୍ତି, କାଲି ଆଉ କାହାକୁ ମାରିବେ । ମଙ୍ଗଳବାର ୨ଜଣ ମୁସଲିମ ଯୁବକ ଦର୍ଜି କାମ କରୁଥିବା କହ୍ନେୟଲାଲଙ୍କ ଦୋକାନରେ ପ୍ରବେଶ କରି ନିର୍ଦ୍ଦୟୀ ଭାବେ ହତ୍ୟା କରିଥିଲେ ।

ଏହି ଖବର ଜଣା ପଡିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ବୃଦ୍ଧି ପାଇଥିଲା । ପୋଲିସ ଏବେ ସମ୍ପୂର୍ଣ୍ଣ ଅଂଚଳରେ ୧୪୪ ଧାରା ଲାଗୁ କରିବା ସହ ମୋବାଇଲ ଓ ଇଂଟରନେଟ ସେବା ବନ୍ଦ କରାଯାଇଛି । ପୂର୍ବରୁ କହ୍ନେୟଲାଲ ପୋଲିସଙ୍କୁ ସୁରକ୍ଷା ମାଗିଥିଲେ ମଧ୍ୟ ସେମାନେ ଗୁରୁତ୍ୱ ଦେଇ ନ ଥିଲେ । ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ କହ୍ନେୟଲାଲ ସମର୍ଥନ କରିଥିବାରୁ ସେ ଟାର୍ଗେଟରେ ଥିଲେ ।

Leave A Reply

Your email address will not be published.