Latest Odisha News

BREAKING NEWS

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ। ଆଜି ଠାରୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିସହ ଆଜି ବାହାରିବ ପ୍ରଥମ ଆଡ଼ପ ଅବଢ଼ା।  ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଦ୍ଵିତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ଅପରାହ୍ନ ୩ଟା ୧୦ରେ ତିନି ରଥର ଘୋଡା ଫିଟା ଯାଇଥିଲା। ୫ଟା ୪୦ରେ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ମଦନମୋହନ, କୃଷ୍ଣ ଓ ପରେ ମହାପ୍ରଭୁ ସୁଦର୍ଶନ, ମହାପ୍ରଭୁ ବଳଭଦ୍ର ବିଜେ କରିଥିଲେ।

ଶ୍ରୀ ଜଗନ୍ନାଥଙ୍କ ରୁନ୍ଧା ଫିଟାଯାଇ ରଥାରୂଢ଼ ଅବସ୍ଥାରେ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ଭଗବାନଙ୍କ ସହ ଭକ୍ତ ବର୍ଷାରେ ଭିଜିଥିଲେ। ଏହା ମହାପ୍ରଭୁଙ୍କ ମହିମା ଓ ଅଲୌକିକତା ବୋଲି ଆଲୋଚନା ହୋଇଥିଲା। ମହାପ୍ରଭୁ ଟାହିଆ ପରିଧାନ କରିବା ପରେ ବର୍ଷା ବନ୍ଦ ହୋଇଯାଇଥିଲା।

ସମଗ୍ର ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।କଡା ସୁରକ୍ଷା ଓ କର୍ଡନ କରାଯାଇ ଶ୍ରୀବିଗ୍ରହଙ୍କ ପହଣ୍ଡି ହୋଇଥିଲା। ଗତକାଲି ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ଓ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ।ଭକ୍ତ ମାନେ ଆଜି ଉଭୟ ପରିମାଣିକ ଓ ସାହାଣମେଳା ଦର୍ଶନ କରିପାରିବେ।

ଅପରାହ୍ନ ଗୋଟାଏରୁ ଦୁଇଟା ମଧ୍ୟରେ ଆଡ଼ପ ଅବଢ଼ା ବାହାରିବା ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ବର୍ଷାରେ ଭିଜି ମହାପ୍ରଭୁଙ୍କ ପହଣ୍ଡିରେ ସାମିଲ ହୋଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ ପରେ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ବନ୍ଦ ହୋଇଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଭକ୍ତି ରସାତ୍ମକ ଗୀତଗୋବିନ୍ଦ ଗାଇଥିଲେ। ବିଦେଶୀ ଓ ଇସ୍କନ ଶ୍ରଦ୍ଧାଳୁ ଆଡ଼ପ ପହଣ୍ଡି ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ।

Leave A Reply

Your email address will not be published.