Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ମହାରାଷ୍ଟ୍ର ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ୍ ନର୍ଭେକର । ମହା ବିକାଶ ଅଘାଡି ଦଳର ପ୍ରାର୍ଥୀ ରାଜନ ସାଲଭିଙ୍କୁ ପରାସ୍ତ କରି ନୂଆ ବାଚସ୍ପତି ହୋଇଛନ୍ତି ରାହୁଲ୍ । ବାଚସ୍ପତି ଥିବା ନାନା ପାଟୋଲ୍ କଂଗ୍ରେସର ରାଜ୍ୟ ସଭାପତି ହେବା ପରଠାରୁ ବାଚସ୍ପତି ପଦବି ଖାଲିଥିଲା । ଉପ-ବାଚସ୍ପତି ନରହରି ଜିରଓ୍ବାଲ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ । ବାଚସ୍ପତି ପଦ ପାଇଁ ଶିବସେନା ବିଧାୟକ ରାଜନ ସାଲଭି ନାମାଙ୍କନ ଭରିଥିବା ବେଳେ ବିଜେପି ପକ୍ଷରୁ ନାମାଙ୍କନ ଭରିଥିଲେ ରାହୁଲ ନର୍ଭେକର୍ ।

୨. ବଢ଼ିଲା ନୂପୁର ଶର୍ମାଙ୍କ ଅଡ଼ୁଆ l ନୂପୁରଂକ ବିରୁଦ୍ଧରେ ଲୁକ୍ ଆଉଟ ନୋଟିସ ଜାରି କରିଛି କୋଲକାତା ପୋଲିସ l ପ୍ରଫେଟଙ୍କ ବିରୋଧରେ ନୂପୁର କଟୁ ମନ୍ତବ୍ୟ ଦେବାକୁ ନେଇ ତାଙ୍କ ବିରୋଧରେ ପୋଲିସ ୨ ଥର ନୋଟିସ୍ ପଠାଇଥିଲା । ମାତ୍ର ନୂପୁର ହାଜର ନ ହେବା କାରଣରୁ ତାଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି ।

୩. ପୁଣି ଉପରମୁହାଁ କରୋନା ସଂକ୍ରମଣ l ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ।  କ୍ୱାରେଣ୍ଟାଇନରୁ ୨୦୨ କେସ୍ ରିପୋର୍ଟ୍ ହୋଇଥିବା ବେଳେ ୧୪୪ ଲୋକାଲ କେସ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ କେସ୍ ରିପୋର୍ଟ ହୋଇଛି ।

୪. ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ । କମିଶନରେଟ୍ ପୋଲିସର ୩ଟି ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ୩ ଜଣ ସିନିୟରଙ୍କ ସନ୍ଧାନ ପାଇବାକୁ ଚାଲିଛି ପଚରାଉଚରା।

୫. ଅମରନାଥ ଯାତ୍ରାରେ ଆକ୍ରମଣ ପାଇଁ ହୋଇଥିଲା ବଡ଼ ଧରଣର ଷଡ଼ଯନ୍ତ୍ର ।ହେଲେ ୨ ଲସ୍କର ଆତଙ୍କବାଦୀଙ୍କୁ ଧରାଇଲେ ଗ୍ରାମବାସୀ l ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି l ୭ ଟି ଗ୍ରେନେଡ ଏବଂ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ୍ ।

୬. ଅଚାନକ ଟ୍ରେନ ଇଞ୍ଜିନରେ ଲାଗିଗଲା ନିଆଁ l କିନ୍ତୁ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ l ବିହାର ପୂର୍ବ-ଚମ୍ପାରଣ ଜିଲ୍ଲା ଭେଲବା ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶହଶହ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇପାରିଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

୭. ଆତ୍ମ ବିବାହ କରିଥିବା କ୍ଷମା ବିନ୍ଦୁଙ୍କ ପାଇଁ ବଢିଲା ଅଡୁଆ । ଚାକିରି ଗଲା, ଘରୁ ତଡି ଦେଲେ ଘର ମାଲିକ l କିଛିଦିନ ତଳେ ନିଜକୁ ନିଜେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଗୁଜରାଟ ଭଦୋଦରାର କ୍ଷମା ବିନ୍ଦୁ, ଶେଷରେ ସହର ଛାଡିବାକୁ ବାଧ୍ୟ ହୋଇଛନ୍ତି ।

୮. ଜନ୍ମବେଦୀରେ ମହାପ୍ରଭୁ l ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଆଡ଼ପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ଶ୍ରୀବିଗ୍ରହ । ଆଜି ଦିଅଁଂକର ବଡ ସିଂହାର ବେଶ ଅନୁଷ୍ଠିତ ହେବ l ସେହିପରି ଆଜିଠୁ ଗୁଣ୍ଡିଚାଘର ରୋଷଶାଳାରୁ ଆଡ଼ପ ଅବଢା ବାହାରିଛି।

୯. ଥମିବାରେ ନାଁ ନେଉ ନାହିଁ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରରେ ଲଗାତର ଭାବରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ୟାସିନୋଭାତାୟାରେ ପୁଣି ଋଷର ଏୟାର ଷ୍ଟ୍ରାଇକ୍‌ କରିଛି l ରକେଟ ମାଡ଼ରେ ଧ୍ୱଂସ ହୋଇଯାଇଛି ଅନେକ କୋଠା।  ଆକ୍ରମଣ ଯୋଗୁ ସହରରେ ଆତଙ୍କ ଖେଳିଯାଇଛି ।


୧୦. ସାରା ବିଶ୍ୱରେ ଦେଖା ଦେଇଛି ଆର୍ଥିକ ମାନ୍ଦାବସ୍ଥା । ବିଶ୍ୱର ବଡ ବଡ ଧନୀ ଅମାପ ଧନ ହରାଇଛନ୍ତି l ଷ୍ଟକ୍ ବଜାରର ଖରାପ ସ୍ଥିତି ଯୋଗୁଁ ପ୍ରଥମ ୬ ମାସରେ ବିଶ୍ୱର ବଡ ବଡ ୫୦୦ ଧନୀ ବ୍ୟକ୍ତି ହରାଇଛନ୍ତି, ୧୧୧ ଲକ୍ଷ କୋଟି ଟଙ୍କା । ଏପରିକି ଦୁନିଆର ଧନୀ ତାଲିକାର ଶୀର୍ଷରେ ରହିଥିବା ଏଲନ୍ ମସ୍କ, ୬୦ ବିଲିଅନ୍ ଡଲାର ହରାଇଛନ୍ତି । ବର୍ଷର ପ୍ରଥମ ୬ ମାସରେ ଏଲନ୍ ମସ୍କଙ୍କ ସମୁଦାୟ ସମ୍ପତ୍ତି ପରିମାଣ ୨୧୦ ବିଲିଅନ୍ ଡଲାରକୁ ଖସିଆସିଛି ।


୧୧. ଭାରତୀୟ କ୍ରିକେଟ ଟିମ ପାଇଁ ଖୁସି ଖବର। ଟିମକୁ ଫେରୁଛନ୍ତି ରୋହିତ ଶର୍ମା। ହିଟ୍‌ମ୍ୟାନ୍‌ଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । କିଛି ଦିନ ପୂର୍ବରୁ ରୋହିତଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିବାରୁ, ଇଂଲଣ୍ଡ ବିରୁଦ୍ଧରେ ପଞ୍ଚମ ଟେଷ୍ଟରୁ ସେ ବାଦ୍‌ ପଡିଥିଲେ । ତାଙ୍କ ସ୍ଥାନରେ ଟିମ୍‌ର ଅଧିନାୟକ ଦାୟିତ୍ବ ସମ୍ଭାଳି ଥିଲେ ୟସପ୍ରିତ ବୁମରା ।


୧୨. ଆହତ ସମସ୍ୟା ବଢାଇଛି ଚିନ୍ତା l ଟେନିସକୁ ବାଏ ବାଏ କରିପାରନ୍ତି ଷ୍ଟାର ଟେନିସ୍‌ ଖେଳାଳି ରାଫେଲ ନାଦାଲ । ଲମ୍ବା ସମୟ ଧରି ଟେନିସ୍‌ରେ ଦବଦବା ଜାରି ରଖିଥିବା ନାଦାଲଙ୍କୁ ନିଜ ସ୍ବାସ୍ଥ୍ୟାବସ୍ଥା ତାଂକୁ ସୁହାଉନାହିଁ l ତେଣୁ ସେ ଖୁବଶୀଘ୍ର ଟେନିସରୁ ବିଦାୟ ନେଉଥିବା ଚର୍ଚ୍ଚା ଜୋରଦାର ହେଉଛି ।

୧୩. ୧୦୦ କୋଟି କ୍ଲବରେ ସାମିଲ୍ ହେଲା ଫିଲ୍ମ ’ଜୁଗ୍ ଜୁଗ୍ ଜିଓ’l ଏହାପରେ ନିଜ ପ୍ରଶଂସକଂକୁ ଧନ୍ୟବାଦ ଜଣାଇଛନ୍ତି ବରୁଣ । ବରୁଣ, କିଆରାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୧୦୦ କୋଟି ଲେଖାଯାଇଛି। ଫିଲ୍ମଟି ଏକ ଜବରଦସ୍ତ ଓପନିଂ କରିଥିଲା।


୧୪. Ponniyin Selvan’ ମୋସନ୍‌ ପୋଷ୍ଟର ରିଲିଜ୍‌ ହୋଇଛି l ଏହି ଫିଲ୍ମଟିରେ ଚୋଳ ସାମ୍ରାଜ୍ୟର ଅନେକ କଥା ସ୍ଥାନ ପାଇଛି l ଐଶ୍ବର୍ଯ୍ୟାଙ୍କ ଏହି ବିଗ୍‌ ବଜେଟ୍ ଫିଲ୍ମ ୫୦୦ କୋଟି ଟଂକା ହେବ ବୋଲି କୁହାଯାଉଛି । ଏହା ତାମିଲ ,ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ ।


୧୫. ‘ଚକଦା ଏକ୍ସପ୍ରେସ’ର ପ୍ରଥମ ସେଡ୍ୟୁଲ୍‌ ଶେଷ କରିଛନ୍ତି ଅନୁଷ୍କା l ଝୁଲଣ ଗୋସ୍ବାମୀ ଷ୍ଟାଇଲ୍‌ରେ ସେ ଏହାର ଆନାଉନ୍ସ କରିଛନ୍ତି। ‘ଚକଦା ଏକ୍ସପ୍ରେସ’ ହେଉଛି ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍ ।

 

 

 

Leave A Reply

Your email address will not be published.