Latest Odisha News

BREAKING NEWS

ମଣିରତ୍ନମଙ୍କ ପୋନ୍ନିୟନ ସେଲଭନ-୧: ସୁପରଷ୍ଟାର ବିକ୍ରମଙ୍କ ଲୁକ ଜାରୀ

ମାଡ୍ରାସ: ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ମଣିରତ୍ନମ ତାଙ୍କର ଆଗାମୀ ଫିଲ୍ମ ପୋନ୍ନିୟନ ସେଲଭନ ଖୁବ ଶୀଘ୍ର ରିଲିଜ ହେବ । ମୋସନ ପୋଷ୍ଟର ପରେ ସୋମବାର ଏଥିରେ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସୁପରଷ୍ଟାର ବିକ୍ରମଙ୍କ ଲୁକ ଜାରୀ କରିଛନ୍ତି । ତାଙ୍କ ଲୁକ ଦେଖି ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନିର୍ମାତା ଲାୟକା ପ୍ରଡକ୍ସନ ତାଙ୍କ ଲୁକକୁ ଟୁଇଟ କରିଛନ୍ତି । ଏହା ସହିତ ଏଥିରେ ଲେଖା ହୋଇଛି,ଚୋଳ ବଂଶର ରାଜାଙ୍କୁ ସ୍ୱାଗତ ସେ ବାଘ ପରି ଭୟଙ୍କର ଯୋଦ୍ଧା…. ଆଦିତ୍ୟ କରିକାଲାନ । ଚଳିତ ବର୍ଷ ୩୦ ସେପ୍ଟମ୍ବରରେ ଏହାର ପ୍ରଥମ ପାର୍ଟ ରିଲିଜ ହେବ ।

ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଆମକୁ ଉତ୍ସାହିତ କରିଛି । ଖୁବ୍ ଶୀଘ୍ର ଫିଲ୍ମ ସମ୍ପର୍କୀତ ଅପଡେଟ ଆପଣମାନଙ୍କ ସହ ଶେୟାର କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଏଥିରେ ଜୟମ ରବି, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ତ୍ରିଷା କ୍ରିଷ୍ଣନ ଓ ବିକ୍ରମ ପ୍ରଭୁଙ୍କ ପରି ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି ।

Leave A Reply

Your email address will not be published.