ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗର ୯ମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା ଏଫସି । ଦଳକୁ ଆହୁରି ମଜଭୁତ କରିବା ପାଇଁ ଗୁରୁବାର ସ୍ପେନର ମିଡଫିଲ୍ଡର ସଲ କ୍ରେସ୍ପୋଙ୍କ ସହ କ୍ଲବ ଚୁକ୍ତି କରିଛି । ୨୫ ବର୍ଷୀୟ ଏହି ଷ୍ଟାର ଖେଳାଳି ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୧୯ ମ୍ୟାଚ ଖେଳି ସାରିଛନ୍ତି । ଏଥିରେ ଲା ଲିଗା ୨ର ୫୫ ମ୍ୟାଚ ଏବଂ କୋପା ଡେଲ ରେର ୯ ମ୍ୟାଚ ସାମିଲ । ସିନିୟର ଖେଳାଳି ଭାବେ ୨୦୧୫ରେ କ୍ରେସ୍ପୋ ପୋନଫେରାଡିନା ପକ୍ଷରୁ ପଦାର୍ପଣ କରିଥିଲେ । ସେହିପରି ୨୦୧୯ରେ ୟୁରି ଡି ସୌଜା ପକ୍ଷରୁ ପ୍ରଫେଶନାଲ ଡେବ୍ୟୁ କରିଥିଲେ । ଆନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ କ୍ରେସ୍ପୋଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି ।
BREAKING NEWS
- ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ
- ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା, ଛୁଟି ଉପରେ ଜଳସମ୍ପଦ ବିଭାଗ ଲାଗିଲା ରୋକ୍
- Cabinet reshuffle soon?: ମୋଦି କ୍ୟାବିନେଟରୁ ମନ୍ତ୍ରୀଙ୍କ ଛୁଟି!, କଟିଲା ୨ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ…
- ଏସସିବି ଅଗ୍ନିକାଣ୍ଡ ଘଟଣାରୁ ଚେତିଲା ବିଭାଗ: ୩୫ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ୍
- ଏଣିକି ମନଇଚ୍ଛା ଡ୍ରାଇଭିଂ ଲାଇସେନ୍ସ ବାତିଲ କରିପାରିବେନି ସରକାର
- ୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ
- ଦୁଇ ସାମ୍ବାଦିକଙ୍କୁ ଦୁର୍ବୁତ୍ତଙ୍କ ଆକ୍ରମଣ, ଏସସିବିକୁ ସ୍ଥାନାନ୍ତରିତ
- ହର୍ମୁଜ ଉପରେ ଯୁଦ୍ଧ… ଇରାନର ବାୟୁ ପ୍ରତିରକ୍ଷା, ରାଡାର ସାଇଟ୍ସ ଉପରେ ଆମେରିକାର ବୋମା ବର୍ଷା
- ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି; ବନିଲେ ସବୁଠୁ ଲମ୍ବା ସମୟର ପ୍ରଧାନମନ୍ତ୍ରୀ
- ଜାପାନ ପରେ ଭାରତୀୟ ଆମ୍ବକୁ ବ୍ୟାନ କଲା ନେପାଳ
Comments are closed.