Latest Odisha News

BREAKING NEWS

କ୍ରେନ୍ ଉପରେ ଚଢ଼ି ଉଲଗ୍ନ ହେଇଗଲେ ଯୁବକ; ପଚାରିଲେ ମଜା ନେଲ ତ!

ୱାଶିଂଟନ: ଆମେରିକା ରାଜଧାନୀ ୱାଶିଂଟନ ସ୍କୋୟାର ପାର୍କ ନିକଟରେ ଜଣେ ଯୁବକଙ୍କ ଉଲଗ୍ନ କାଣ୍ଡ ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିବା ସହ ଚାରି ଆଡ଼େ ଭାଇରାଲ ହୋଇଛି । ଯୁବକ ଜଣକ ପାର୍କ ନିକଟରେ ଥିବା ଏକ କ୍ରେନ ଉପରେ ଚଢ଼ି ଲଙ୍ଗଳା ହୋଇପଡ଼ିଥିଲେ । ତା ପରେ କ୍ରେନ ଉପରୁ ସମସ୍ତଙ୍କୁ ଚିଲେଇ ଡାକିଥିଲେ । କ୍ରେନ ଉପରୁ ଚିଲାଇଥିଲେ ଯେ, ସମେସ୍ତ ମଜା ନେଲ ତ..!

ପ୍ରଥେମ ଯୁବକ ଜଣକ ବିନା ସାର୍ଟରେ କ୍ରେନ ଉପରକୁ ଚଢ଼ିଯାଇଥିଲେ । ସେଠାରୁ ଡେଇଁବାକୁ ଉଦ୍ୟତ ହୋଇଥିଲେ । ବାରମ୍ବାର ଚିଲାଇଥିଲେ ଯେ, “ଡେଇଁବି.. ଡେଇଁବି..” । ଉପସ୍ଥିତ ଲୋକେ ତାଙ୍କୁ ବିଭିନ୍ନ ପ୍ରକାରେ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ଅମଙ୍ଗ ରହୁଥିଲେ । ବାରମ୍ବାର ଡେଇଁବାର ଭୟ ଦେଖାଉଥିଲେ ।

କିଛି ସମୟ ପରେ ଯୁବକ ଜଣକ ନିଜର ପ୍ୟାଣ୍ଟ ଖୋଲି ସଂପୂର୍ଣ୍ଣ ଉଲଗ୍ନ ହୋଇଯାଇଥିଲେ । ଆଉ ପୁଣି ଥରେ ସମସ୍ତଙ୍କୁ ଚିଲାଇଥିଲେ ଯେ, ମଜା ନିଅ.. ମଜା ନିଅ । ଏମିତି କିଛି କ୍ଷଣ ଚିଲାଇବା ପରେ ପୁଣି କ୍ରେନ ଚଟାଣରେ ବସିପଡ଼ିଥିଲେ । ଆଉ ସମସ୍ତଙ୍କୁ ଚିତ୍କାର କରି ପଚାରିଥିଲେ, ମଜା ନେଲ ତ..!

ଏ ଭିତରେ ଜଣେ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ବାରମ୍ବାର ଅନୁରୋଧ କରିବା ସହ ତଳେ ଗୋଟିଏ ଏୟାରବ୍ୟାଗ ଆଣି ବିଛାଇଥିଲେ । ଯଦି ଯୁବକଟି ଡେଇଁପଡ଼ିଲେ ବି ଜୀବନ ବଞ୍ଚିଯିବ ।

ପାଖାପାଖି ଅଧ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଏଭଳି ଯାତ୍ରା ଚାଲିବା ପରେ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ଏବଂ ଉନ୍ମକ୍ତ ଯୁବକକୁ ସଂଯତ ରଖିବାକୁ ଅନୁରୋଧ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଶାନ୍ତ ନ ପଡ଼ିବାରୁ କ୍ରେନ ଅପରେଟରକୁ ଅନୁେରାଧ କରି ତଳକୁ କରିଥିଲେ । ପରେ ଯୁବକକୁ ଉଦ୍ଧାର କରି ଗିରଫ କରିଥିଲେ ।

Leave A Reply

Your email address will not be published.