ମୁମ୍ବାଇ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି୨୦ ବିଶ୍ୱକପ କ୍ରିକେଟ ଅଷ୍ଟ୍ରେଲିଆରେ ଖେଳାଯିବ । ଭାରତ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶ ନେଇ ଆଲୋଚନା ଚାଲିଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୬ଜଣ ଖେଳାଳି ବାଛିଛନ୍ତି । ବାକି ୫ଜଣଙ୍କୁ ଚୟନ କରିବା ଦାୟିତ୍ୱ ସେ ପ୍ରଶଂସକଙ୍କ ଉପରେ ଛାଡି ଦେଇଛନ୍ତି । ସେ ତାଙ୍କ ଅଫିସିଆଲ ଆପରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସଚିନ ତାଙ୍କ ଟିମରେ ଖରାପ ଫର୍ମରେ ଥିବା ବିରାଟ କୋହଲିଙ୍କୁ ସୁଯୋଗ ଦେଇଛନ୍ତି । ଓପନରରେ ଅଧିନାୟକ ରୋହିତ ଶର୍ମାଙ୍କୁ ସେ ରଖିଥିବା ବେଳେ ଅନ୍ୟ ଜଣଙ୍କ ସ୍ଥାନ ଖାଲି ରଖିଛନ୍ତି । ତୃତୀୟ ଓ ଚତୁର୍ଥରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ରହିଛନ୍ତି । ୫ମ, ୭ମ, ୯ମ ଓ ୧୧ତମ ସ୍ଥାନ ଖାଲି ରଖିଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୬ଷ୍ଠ, ଭୁବନେଶ୍ୱର କୁମାରଙ୍କୁ ୮ମ ଏବଂ ୧୦ ସ୍ଥାନରେ ଯଶପ୍ରୀତ ବୁମରାହ ରହିଛନ୍ତି ।
BREAKING NEWS
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
Comments are closed.