ବେଗୁନିଆ: ବେଗୁନିଆ ବ୍ଲକର ଜେଇ(କନିଷ୍ଠ ଯନ୍ତ୍ରୀ) ସଂଘମିତ୍ରା ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଜଣେ ଠିକାଦାରଙ୍କ ଠାରୁ ବିଲ୍ କରେଇଦେବା ପାଇଁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେଲାବେଳେ ମାଡ଼ିବସିଥିଲା ।
ନଗଦ ଆକାରରେ ଲାଞ୍ଚ ନେଉଥିବା ବେଳେ ସଂଘମିତ୍ରାଙ୍କ ଦୁଇ ହାତରୁ ପାଣିରେ ବୁଡ଼ାଇବା ଯୋଗୁଁ ରସାୟନିକ ପ୍ରତିକ୍ରିୟା ହୋଇ ପାଣିର ରଙ୍ଗ ବଦଳି ଯାଇଥିଲା । ଏହା ପରେ ସଂଘମିତ୍ରାଙ୍କ ଭୁବନେଶ୍ୱରର କଳିଙ୍ଗ ବିହାର ସ୍ଥିତ ଏମଆଇଜି-୧ ଘରେ ଭିଜିଲାନ୍ସ ଚଢ଼ଉ କରି ଅଧିକ ତଦନ୍ତ ଜାରି ରଖିଛି ।
ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ-୧୯ରେ ଏକ ମାମଲା ରୁଜୁ କରି ସଂଘମିତ୍ରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।