ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ତାମିମ ଇକବାଲ ରବିବାର ଆନ୍ତର୍ଜାତୀୟ ଟି୨୦ କ୍ରିକେଟକୁ ଅଲବିଦା କହିଛନ୍ତି । ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜରେ ବାଂଲାଦେଶ କ୍ଲିନ ସୁଇପ କରିବା ପରେ ସେ ହଠାତ ଏହି ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି ଯେ, ଆଜିଠାରୁ ମୋର ଟି୨୦ କ୍ୟାରିୟର ଶେଷ ବୋଲି ଧରି ନିଅ । ସମସ୍ତଙ୍କୁ ଧନ୍ୟବାଦ । ୨୦୦୭ରେ କେନିୟା ବିପକ୍ଷରେ ସେ ଟି୨୦ରେ ପଦାର୍ପଣ କରିଥିଲେ । ତାମିମ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ୩ ମ୍ୟାଚରେ ୧୧୭ ରନ କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ଏବେ ସେ ଟେଷ୍ଟ ଏବଂ ଦିନିକିଆରେ ମନୋନିବେଶ କରିବେ ବୋଲି କହିଛନ୍ତି । ସେ ମାର୍ଚ୍ଚ ୨୦୨୦ରେ ଶେଷ ଟି୨୦ ମ୍ୟାଚ ଖେଳିଥିଲେ ।
BREAKING NEWS
- ‘ଜନତା ଚୁପ୍ ଅଛନ୍ତି, ମୁଁ ଭାବୁଛି ଏଥର ପରିବର୍ତ୍ତନ ସୁନିଶ୍ଚିତ’
- ପୂର୍ବ ଆରଏ କମାଣ୍ଡର ମାଇକେଲ ହେସ ରଚିଥିଲେ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର
- ଆଳିରେ ମୋଦିଙ୍କ ଗ୍ୟାରେଣ୍ଟିକୁ କଡା ସମାଲୋଚନା କଲେ ପାଣ୍ଡିଆନ; କହିଲେ, ସବୁ ପ୍ରତିଶୃତି ମିଛ
- ଗେଲଙ୍କୁ କୋହଲି କହିଲେ କାକା ଟିମକୁ ଆସ…ତୁମ ପାଇଁ ଇମ୍ପାକ୍ଟ ପ୍ଲେୟାର ନିୟମ ରହିଛି
- ‘ଏଠି କେବଳ ନବୀନ ଇଞ୍ଜିନ କାମ ଦେବ, ଡବଲ ଇଞ୍ଜିନ ପୁରା ଫେଲ୍’
- ‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ କହି ନିନ୍ଦିତ ହେଲେ ସମ୍ବିତ ପାତ୍ର, ଚାରିଆଡୁ ସମାଲୋଚନା
- ଅନୁଗୁଳ ମାହୋଲ ବଦଳାଇବ ମୋଦି ଲହର !
- ବିଜେଡି ବିରୋଧରେ ଆହୁରି ଆକ୍ରମଣାତ୍ମକ ହେଲେ ମୋଦୀ, ଦେଲେ କି ଟୁରିଷ୍ଟ ମନ୍ତବ୍ୟର ଜବାବ?
- କର୍ଣ୍ଣାଟକ ଯୌନ ଶୋଷଣ ମାମଲା: ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ
- ସମ୍ବଲପୁର ଲଢେଇ ସମ୍ମାନର ପ୍ରଶ୍ନ