ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ପରେ ଆଉ ଏହି ଫର୍ମାଟରେ ଖେଳିବେନି । ୩୧ ବର୍ଷୀୟ ଷ୍ଟୋକ୍ସ ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲରେ ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚରେ ଷ୍ଟୋକ୍ସଙ୍କ ୮୪ ରନର ଇନିଂସ ବଳରେ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଥିଲା । ୧୦୪ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ସେ ୨୯୧୯ ରନ ଏବଂ ୭୪ ୱିକେଟ ଏହି ଫର୍ମାଟରେ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ପାଇଁ ଏଥର ଆପ୍ରାଣ ଉଦ୍ୟମ କରିବି ବୋଲି ସେ କହିଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଭାରତ ବିପକ୍ଷ ଦିନିକିଆ ସିରିଜରେ ଷ୍ଟୋକ୍ସଙ୍କ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ରହି ନ ଥିଲା ।
BREAKING NEWS
- କେନିଆରେ ଭୟଙ୍କର ନରସଂହାର ମାମଲା : ୧୯୦ ଶିଶୁଙ୍କୁ ଭୋକରେ ମାରିଥିବା ଧର୍ମ ଗୁରୁ ମୁଖ୍ୟକୁ ୨୦୦ ବର୍ଷ ଜେଲଦଣ୍ଡ
- ଭାରତର ବଢିଲା ଚିନ୍ତା;ବାଂଲାଦେଶକୁ ଚୀନ୍ ଯୋଗାଇବ ଯୁଦ୍ଧ ବିମାନ,ପାକିସ୍ତାନ ଦେବ ଉଡ଼ାଣ ପ୍ରଶିକ୍ଷଣ
- ଚାକିରିର ପ୍ରୋବେଶନ ପିରିୟଡରେ ଲାଞ୍ଚ ନେଇ ଧରାପଡିଲେ ମହିଳା ସବ୍-ରେଜିଷ୍ଟ୍ରାର
- Village vs City: ଗାଁ ନା ସହର କେଉଁଠି ଅଧିକ ଦିନ ବଞ୍ଚୁଛନ୍ତି ଲୋକେ? ରିପୋର୍ଟରେ ବଡ ଖୁଲାସା…
- BrahMos Deal: ଚୀନ୍ ଛାତିରେ ଛନକା! ବ୍ରହ୍ମୋସ୍ ମୁହଁରେ ରହିବ ଡ୍ରାଗନ୍! ଦକ୍ଷିଣ ଚୀନ୍ ସାଗରରେ ବଦଳିବ କି ଖେଳ?
- ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା,ଘଣ୍ଟାକରେ ୧୦ ହଜାର ଶ୍ରଦ୍ଧାଳୁ କରିବେ ଦର୍ଶନ
- ବାତ୍ୟା ‘ମୁରାସୁ’ ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରାୟ ୨,୦୦୦ କୋଟି ଟଙ୍କାର କ୍ଷୟକ୍ଷତି:ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
- SC on Delhi Weather: ନିଶ୍ବାସ ନେବାକୁ ହେଉଛି କଷ୍ଟ…କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କଟାକ୍ଷ!, “ଦିଲ୍ଲୀର ପାଗ ଉପଭୋଗ କରୁଛନ୍ତି ତ…”
- ବାତ୍ୟା ଯୋଗୁଁ ଫସଲ ନଷ୍ଟ: ଜୀବନ ହାରିଲେ ଆଉ ଜଣେ ଚାଷୀ
- ଗଛରେ ଝୁଲୁଛି ଗାଡ଼ି ସୋରୁମ୍ ମାଲିକଙ୍କ ମୃତଦେହ: ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ?
Comments are closed.